STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଭାଇ ଭଉଣୀ ସମ୍ପର୍କ

ଭାଇ ଭଉଣୀ ସମ୍ପର୍କ

1 min
284


ଭାଇ ଭଉଣୀ ସୃଷ୍ଟିର ନିଆରା ସମ୍ପର୍କ 

ଜଣେ ଯୁବରାଜ ଜଣେ ରାକକନ୍ୟା ଟେକ

ଭଉଣୀର ଶ୍ରଦ୍ଧା ଯହିଁ ଆଣି ଦିଏ ଭାଇ

ଭାଇର ଅନ୍ତର ବୁଝି ଭଉଣୀ ଯୋଗାଇ ।


ଜଗା ବଳିଆ ମଝିରେ ସୁଭଦ୍ରା ଭଉଣୀ 

ଓଡିଆ ଘରର ପରମ୍ପରା ମନ କିଣି

ସୁଭଦ୍ରାଙ୍କ ହାତ ନାହିଁ ଦୁଇ ପାଖେ ଭାଇ

ହାତ ଆଉ କିବା ଲୋଡା ଦେଉଛି ସୂଚାଇ ।


ରଜ ଦୋଳି ବନ୍ଧା ହେଲେ ଝୁଲି କଟମଟ

ପିନ୍ଧାଏ ଭାଇ ମୁଣ୍ଡରେ ସୁନାର ମୁକୁଟ

ଘରଣୀ ମୋହରେ ପଡି ନଭୁଲିବା ଭଗ୍ନୀ

ଯଥା ସ୍ଥାନେ ଶୋଭା ଭଗ୍ନୀ ଅଥବା ଘରଣୀ। 


ଭଉଣୀ ଶାଶୁ ଘରକୁ ଦେହ ସିନା ଯାଏ

ମନଟା ଏରୁଣ୍ଡି ବନ୍ଧେ ବନ୍ଧା ପଡିଥାଏ

ଜନ୍ମ ମାଟିକୁ ଫେରିବା ସ୍ୱପ୍ନ ଦେଖୁଥାଏ

ସେଥିରୁ ବଞ୍ଚିତ କଲେ ରକତ ଝରାଏ। 


ସାତ ସାଧବ ଭାଇ ଯେ ଗଲେ ବଣିଜକୁ

ଭାଉଜ ଯାତନା ତଅପୋଇ ବିଚାରିକୁ

ଶ୍ରାବଣ ମାସରେ ଘୋର ବନେ ତଅପୋଇ

ଭାଇଙ୍କ ଶୁଭ ମନାସି ଦୁର୍ଗା ପୂଜୁଥାଇ। 


ରାକ୍ଷୀ ବାନ୍ଧେ ଭଉଣୀ ରଖିବା ରାକ୍ଷୀ ମାନ

ଟଙ୍କା ସୁନା ଶାଢୀ ନୁହେଁ ନ ଭାଙ୍ଗିବା ସ୍ୱପ୍ନ

ଦୁହିତା ସେ ଦୁଇ ଘର ହିତରେ ବିଭକ୍ତ

ଭାଇ ଜିଉନ୍ତିଆ କରେ ଚିନ୍ତି ଭାଇ ହିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational