STORYMIRROR

Sabita Nayak

Inspirational

4  

Sabita Nayak

Inspirational

ସଂସାର ଜଞ୍ଜାଳ

ସଂସାର ଜଞ୍ଜାଳ

1 min
387

କେବେ ମୌସୁମୀର ଆଗମନ

କେବେ ବୈଶାଖୀର ବାଲିଝଡ

କେବେ କଅଁଳଖରାର ତାତି

କେବେ ବସନ୍ତର ପ୍ରେମଗୀତି।


କେବେ ଭରା ଭରା ଲାଗେ ମନ

କେବେ ଉଦାସିଆ ଅପଘନ

କେବେ କୋଇଲିର କୁହୁସ୍ବନ

କେବେ କାଦମ୍ବରୀ ବାସ୍ନାଭିନ୍ନ।


କେବେ ଆଖି ଭରେ ଖାଲି ସ୍ବପ୍ନ

କେବେ ବିଶ୍ବାସର ସୌଧ ଭଗ୍ନ

କେବେ ଖୋଜିବୁଲେ ଖାଲି ମନ

କେବେ ଅପେକ୍ଷାରେ ବିତେ ଦିନ।


କେବେ ଚକ୍ରାନ୍ତରେ ଛନ୍ଦି ମନ

କେବେ ଜହରକୁ ଭାବେ ପ୍ରେମ

କେବେ ଛଳନାର ସୌଦାଗର

କେବେ ଶାନ୍ତ୍ବନାର ଗନ୍ତାଘର।


କେବେ ସହିବାର ଧୈର୍ଯ୍ୟ ରଖ

କେବେ ବୁଝାମଣା କରି ଦେଖ

କେବେ ହରିନାମ ବାବୁ ଭଜ

କେବେ ଧରମକୁ ମନ ହେଜ।


କେବେ ସ୍ମୃତିର କଲମ ଧରି 

କେବେ ଶବ୍ଦ ସାଥେ କଳି କରି

କେବେ ଭାବନାରେ ହଜି ହଜି

କେବେ କଳ୍ପନାରେ ମନ ମଜ୍ଜି ।


କେବେ ସ୍ବାଭିମାନ ମନ ରଖ

କେବେ ବଞ୍ଚିବାର ରାହା ଶିଖ 

କେବେ ନିଜକୁ ଶାନ୍ତ୍ବନା ଦିଅ

କେବେ ନିଜ ବନ୍ଧୁ ନିଜେ ହୁଅ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational