STORYMIRROR

Sabita Nayak

Inspirational

3  

Sabita Nayak

Inspirational

ବୁଦ୍ଧଂ ଶରଣଂ ଗଛ୍ଛାମି

ବୁଦ୍ଧଂ ଶରଣଂ ଗଛ୍ଛାମି

1 min
143


ମୁଁ ଜୀବନ ଚାହେଁ

ଭଲପାଇବାକୁ ଅନୁଭବ କରିବାକୁ ଚାହେଁ

ପ୍ରେମପାଇଁ ଶତ ଶତବାର ପୃଥିବୀକୁ

ଆସିବାକୁ ଚାହେଁ ।


ପ୍ରେମପାଇଁ କଳଙ୍କିନୀ ହେବାକୁ ଚାହେଁ

ରାଧାପରି ଶାଶ୍ବତ ପ୍ରେମର ପଥିକ ମୁଁ

ପ୍ରେମପାଇଁ ଗରଳ ପିଇବାକୁ ଚାହେଁ

ମୀରାପରି ଦିବ୍ୟସତ୍ତାରେ ପାଗଳିନୀ ମୁଁ।


ତୁମେ କି ଜାଣିବ ବୁଦ୍ଧ

ପ୍ରେମ କ'ଣ?ପ୍ରତାରଣା କ'ଣ? ଛଳନା କ'ଣ?

ନିନ୍ଦା ଅପନିନ୍ଦା କ'ଣ?କାମନା କ'ଣ?

ତୁମେ ଖାଲି କହିପାର

ନିର୍ବାଣ ନିର୍ବାଣ ନିର୍ବାଣ।


ମୁଁ କ'ଣ ଛାଡିପାରିବି ତୁମପରି

ନିର୍ଦୟଭାବେ କଅଁଳଶିଶୁପୁତ୍ର ଆଉ ଅଭାଗା ପତ୍ନୀକୁ

ମୁଁ କ'ଣ ଛାଡିପାରିବି ଲୁଣତେଲ ସଂସାରରେ

କ୍ଷଣିକ ମାୟାମୋହକୁ?


ହେଉପଛେ କ୍ଷଣିକ,ମିଳୁପଛେ ଅନେକ ଗଞ୍ଜଣା

ହସି ହସି ପିଇଯିବି ଲୁହସବୁ ଆଉ ଯେତେକ ଯନ୍ତ୍ରଣା

ହୋଇପାରିବିନି ତୁମପରି ବୁଦ୍ଧ ମୁଁ

ଜୀବନ ଚାହେଁ ନିର୍ବାଣ ଚାହେଁନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational