Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Inspirational

3  

Sabita Nayak

Inspirational

ରାଧାଲୋ କାହିଁକି ଆସିଲୁ ତୁ

ରାଧାଲୋ କାହିଁକି ଆସିଲୁ ତୁ

1 min
155



ରାଧାଲୋ! କାହିଁକି ଆସିଲୁ ତୁ

ପାରିବୁକି ବଞ୍ଚି

ଏଇ ନିରାଶା ହତାଶା

ଆଉ ପ୍ରତାରଣା ଭିତରେ ?

କିଏ ବୁଝିବ ତୋ ପ୍ରେମକୁ

ତୋ ସରଳ ମନକୁ 

ଏଠି ପ୍ରେମମାନେ ଖାଲି ଛଳନା

ଆଉ ବାହାନାରେ ।


ଏତେ ଆକଟ ପାରିବୁକି ସହି

ଏତେ ନିନ୍ଦା ଅପବାଦ,

କଠୋର ପରୀକ୍ଷା ପାରିବୁକି ଦେଇ

ଜିତି ପାରିବୁକି ଭେଦ ?


ପ୍ରେମକରି ପାରିବୁକି ସାଜି

ଚିର ବିରହିଣୀ,

ଭାରି କଠୋର ଏ ରାସ୍ତା

ଏଠି ଚାଲିଛି ଠକାମୀ ।


ପାରିବୁକି ଦେଇ ସତୀତ୍ବର

ଚରମ ନିଦର୍ଶନ,

କଣାମାଠିଆରେ ଆଣିପାରିବୁକି 

ଯମୁନାରୁ ନୀର ।


ଏଠି କେହି ବୁଝନ୍ତିନି ତୋ

ଶାଶ୍ବତ ପ୍ରେମକୁ,

କେହି ସମ୍ମାନ ଦିଅନ୍ତିନି

ତୋ ପବିତ୍ର ଆତ୍ମାକୁ ।


ଜୀବନର ପ୍ରତି ଛନ୍ଦେ ଛନ୍ଦେ

ଖାଲି ସନ୍ଦେହ ଆଉ ସନ୍ଦେହ

ପାରିବୁନି ବଞ୍ଚି ରାଧା ଏଠି ତୁ,

ଯା' ଫେରିଯା

ସେ ନିତ୍ୟ ଆନନ୍ଦମୟ ଗୋଲକଧାମକୁ।



Rate this content
Log in

Similar oriya poem from Inspirational