STORYMIRROR

Sabita Nayak

Abstract

4  

Sabita Nayak

Abstract

ଅବିଚାର ବନ୍ଦ କର

ଅବିଚାର ବନ୍ଦ କର

1 min
390

ପାପ କଲାବେଳେ କୁତୁ କୁତୁ ଲାଗେ 

ମିଛ ଲାଗେ ପାପ ଶବ୍ଦ 

ପାପ ମଞ୍ଜି ଯେବେ ମହାଦ୍ରୁମ ହୁଏ 

ଭୋଗିବାକୁ କିଆଁ କଷ୍ଟ ।

କାମନା ନିଆଁରେ ଯୌବନକୁ ଜାଳି 

ପରକିୟା ପ୍ରିତି କର 

ଏପଟେ ଲକ୍ଷେ ଈଶ୍ବରଙ୍କୁ ଜପ ହେ

ନିର୍ଲଜ କୋଉଠି କାର।

ଧନ୍ୟ ହେ ତୁମର ଈଶ୍ବର ଭରସା 

ଶୁଣନ୍ତି ତୁମ ଗୁହାରି 

ମନଜାଣୀ ତୁମ ମିଳନ୍ତି ସମୀପେ

ଡଉଲ ନାଗ ନାଗୁଣୀ।

ବୁଦ୍ଧି ତୁମ ଭ୍ରଷ୍ଟ ଦୁଷ୍ଟ ମଣ ଶ୍ରେଷ୍ଠ 

ଅସାଧୁ ନିଜର କର

ସାଧୁ ଲାଗେ ପିତା ଭଲ ବାର୍ତ୍ତା ଖଟା 

ଧର୍ମକୁ କର ପ୍ରହାର ।

ବେଳ ଥାଉ ଥାଉ ସୁଧାରି ଯାଅହେ

ଈଶ୍ବରଙ୍କୁ ଟିକେ ଡର 

ଧରମ ନାମରେ ଅଧର୍ମ ନକର 

ଅବିଚାର ବନ୍ଦ କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract