STORYMIRROR

Sabita Nayak

Romance

3  

Sabita Nayak

Romance

ଶବ୍ଦର ଶତାବ୍ଦୀ

ଶବ୍ଦର ଶତାବ୍ଦୀ

1 min
189


ତୁମେ ଶବ୍ଦର ଶତାବ୍ଦୀ

ମୁଁ ନୀରିହ ପାଠକଟିଏ

ବାରମ୍ବାର ଖୋଜୁଥାଏ

ତୁମକୁ ସେଥିରେ ।


କେବେ ତୁମ ଆଖିର ଠାରର ଅର୍ଥ

କେବେ ତୁମେ ମୋତେ 

ଲୁଚି ଲୁଚି ଦେଖିବାର ଅର୍ଥ

କେବେ ତୁମେ ମୋ ଭାବନା ସହ 

ଖେଳିବାର ଅର୍ଥ 

କେବେ ତୁମେ ମୋ ସପନରେ

ଆସିବାର ଅର୍ଥ

କେବେ ତୁମପାଇଁ ଅଭିମାନରେ

ଆଖିରେ ଆସୁଥିବା ଲୁହର ଅର୍ଥ


ସତରେ!

ଶବ୍ଦ ଶତାବ୍ଦୀର ସହସ୍ର ପାଖୁଡା ତୁମେ

ମୁଁ ଓଲଟପାଲଟ କରେ ସିନା

ନିରର୍ଥକ ଭାବେ

ଅର୍ଥ ମିଳେନାହିଁ କିଛି

ତଥାପି ଭାରି ଭଲଲାଗେ 

ଖୋଜିବାକୁ ତୁମ ପ୍ରତି ଇସାରାର ଅର୍ଥ

ନିରବରେ, ନିରୋଳାରେ,ଭାବନାରେ ।



Rate this content
Log in

Similar oriya poem from Romance