STORYMIRROR

Sabita Nayak

Inspirational

4  

Sabita Nayak

Inspirational

ମାଟି

ମାଟି

1 min
303

 


ସୃଷ୍ଟିର ଆରମ୍ଭ ମୁଁ 

ସ୍ଥିତି ପ୍ରଳୟର କାରଣ ମୁଁ 

ତୁମର ଆରମ୍ଭ ଆଉ ଅନ୍ତ ମୁଁ 

ହଁ ମୁଁ ମାଟି ।

ତୁମେ ମୋତେ ବ୍ଯବହାର କରିଚାଲ 

ଇଛାମତେ ତୁମର 

ନା ପ୍ରତିବାଦ ନା ଅଛି

 କେବେ ପ୍ରତିରୋଧ ମୋର 

କେବେ ଖୋଳି ତାଡି ବିଦାରି ବାରମ୍ବାର 

ଠିଆକର ନବଶୁମ୍ଭି ପ୍ରାସାଦ 

କେବେ ଭୂତଳ କେବେ ସୁନ୍ଦର ସୁଡ଼ଙ୍ଗ 

କହିପାରେନି ମୁଁ କିଛି 

ହଁ ମୁଁ ମାଟି। 

ଆଶାନିରାଶା ଭାବପ୍ରବଣତା କ'ଣ 

ଜାଣେନାହିଁ ମୁଁ 

ଜାଣ ଯଦି ତୁମେ କେବେ ଗଡିଛ କି 

ମୋର କଦମାକ୍ତ

 ଭିଜା ଭିଜା ଫୁଙ୍କୁଳା ଦେହରେ ,

କେବେ ହଜିଛ କି 

ବର୍ଷାଭିଜା ମାଟିର ଗନ୍ଧରେ ।

ଥରେ ଅନୁଭବ କର ମୋତେ 

ତୁମରି ଭିତରେ 

ତୁମେ ନେଇ ନେଇ ପଡ ପଛେ ଥକି 

ମୁଁ କିନ୍ତୁ ଦେଇ ଦେଇ ପଡେନାହିଁ ଥକି

ତଥାପି ତୁମେ କେତେ ଅଶାନ୍ତ ସତରେ!

ଆହା!ଭାରି ଦୟନୀୟ 

ସବୁକିଛି ପାଇ ମଧ୍ଯ 

କିଛି ପାଇନାହିଁ କିଛି ପାଇନାହିଁ 

ପକାଅ ରଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational