STORYMIRROR

Sabita Nayak

Inspirational

4  

Sabita Nayak

Inspirational

ଫଟୋଟିଏ ହେବା ପୂର୍ବରୁ

ଫଟୋଟିଏ ହେବା ପୂର୍ବରୁ

1 min
405

ଫଟୋଟିଏ ହେବା ପୂର୍ବରୁ

ଜୀବନର ସବୁ ମୂହୁର୍ତ୍ତ ବଞ୍ଚି ଶିଖ ବନ୍ଧୁ

ନିଜେ ହସ ଅନ୍ୟକୁ ହସିବାକୁ ଦିଅ ବନ୍ଧୁ

ତୁମେ କି ଜାଣନା

କାଳକୁ ତ ବାନ୍ଧି ହୁଏନା

ସବୁ ସୁଖଦ ମୂହୂର୍ତ୍ତକୁ

 ମନ ଆଲ୍ ବମ୍ ରେ ବାନ୍ଧି ରଖ ବନ୍ଧୁ।


ଅନୁଶୋଚନା କରନାହିଁ ବନ୍ଧୁ

କିଏ କହିବ କେତେ ପ୍ରକାର 

ଆଲୋଚନା ସମାଲୋଚନା

ସବୁର ଉର୍ଦ୍ଧ୍ବରେ ତୁମେ

ଶୁଣନାହିଁ କେବେ

ପଛରେ ହେଉଥିବା ଅପବାଦ ସବୁକୁ ।


ଅନ୍ୟର ପ୍ରଂଶସା ପଛରେ ଦଉଡନା ବନ୍ଧୁ

ପ୍ରେମ,ପ୍ରଶଂସା ଦୁଇଟି ଦୁଷ୍ପ୍ରାପ୍ୟ

ତୁମେ ଦେଇଚାଲ ପ୍ରେମ

କରିଚାଲ ପ୍ରଶଂସା

କିନ୍ତୁ ତୁମେ ପାଇବ ପ୍ରତାରଣା ନିଶ୍ଚିତ

ନିଜକୁ ଟିକେ ଭଲପାଅ ବନ୍ଧୁ

ପ୍ରତାରଣା ପାଲଟିବ ପ୍ରେମରେ

କାହିଁକି ନଷ୍ଟକରିବ କାହାପାଇଁ

ଜୀବନର ଅମୂଲ୍ୟ ମୁହୁର୍ତ୍ତ ସବୁକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational