ନୀଳପରୀ
ନୀଳପରୀ
ମୋ ବୋଉ ମୁହଁ ଦିଶେ ନୀଳ
ସମୁଦ୍ରର ଜଳ
ଆକାଶର ନୀଳ
ମେଘର ନୀଳ
ହୋଲିର ନୀଳ
ମିଶି ମୋ ବୋଉ ପଣତ ନୀଳ
ସେତ ନୀଳ ଶୈଳ
ସେତ ଦୂର ପର୍ବତ ଶ୍ୟାମଳ
ସେତ କୃଷ୍ଣଙ୍କ ଘନ ନୀଳ
ତାର କଜ୍ଜଳ ନୀଳ
ସବୁ ନୀଳିମାରେ ମୋ ବୋଉ ବଳ
ତା ସ୍ନେହ ନୀଳ
ତା ମମତା ଫେନିଳ
ତା ନୀଳ କୁନ୍ତଳ
ତା କଥା ଝରା ବଉଳ
ମୋ ବୋଉ ମଧୁର ଜଳ
ସବୁ ମିଶି ମୋ ବୋଉ ବୃକ୍ଷ ବକୁଳ
ସେ ନାଏ ତମାଳ
ତା ଦିଅଁ ଗୋପାଳ
ତା ମନ ରସାଳ
ସେ ଗୋଟେ ଗଜରା ମାଳ
ମୋ ବୋଉ ପରି କିଏ କହ ବଉଳ
ତା ପ୍ରିୟ ପୁଲ କମଳ
ତାକୁ ରୋଗ କାମଳ
ଉଠି ସଅଳ
ବାଢେ ପାଖାଳ
ହୃଦ କନ୍ଦର ତା ଚଉରା ମୂଳ
ମୋ ବୋଉ ହାତ ରନ୍ଧା ମାଟି ମଟାଳ
