STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ନୀଳପରୀ

ନୀଳପରୀ

1 min
128


ମୋ ବୋଉ ମୁହଁ ଦିଶେ ନୀଳ

ସମୁଦ୍ରର ଜଳ

ଆକାଶର ନୀଳ

ମେଘର ନୀଳ

ହୋଲିର ନୀଳ

ମିଶି ମୋ ବୋଉ ପଣତ ନୀଳ

ସେତ ନୀଳ ଶୈଳ

ସେତ ଦୂର ପର୍ବତ ଶ୍ୟାମଳ

ସେତ କୃଷ୍ଣଙ୍କ ଘନ ନୀଳ

ତାର କଜ୍ଜଳ ନୀଳ

ସବୁ ନୀଳିମାରେ ମୋ ବୋଉ ବଳ

ତା ସ୍ନେହ ନୀଳ

ତା ମମତା ଫେନିଳ

ତା ନୀଳ କୁନ୍ତଳ

ତା କଥା ଝରା ବଉଳ

ମୋ ବୋଉ ମଧୁର ଜଳ 

ସବୁ ମିଶି ମୋ ବୋଉ ବୃକ୍ଷ ବକୁଳ

ସେ ନାଏ ତମାଳ

ତା ଦିଅଁ ଗୋପାଳ

ତା ମନ ରସାଳ

ସେ ଗୋଟେ ଗଜରା ମାଳ

ମୋ ବୋଉ ପରି କିଏ କହ ବଉଳ

ତା ପ୍ରିୟ ପୁଲ କମଳ

ତାକୁ ରୋଗ କାମଳ

ଉଠି ସଅଳ

ବାଢେ ପାଖାଳ

ହୃଦ କନ୍ଦର ତା ଚଉରା ମୂଳ 

ମୋ ବୋଉ ହାତ ରନ୍ଧା ମାଟି ମଟାଳ 

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational