Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ରାଗ-ରାଗିଣୀ

ରାଗ-ରାଗିଣୀ

1 min
183



ଉଚ୍ଚାଟଇ ସୁଗନ୍ଧିତ ରସରାଗ

ଶୀତେ ନଟ କାମୋଦ କଲ୍ୟାଣୀ 

ମଳୟର ମଧୁସ୍ପର୍ଶେ ତନୁଲତା

ପଞ୍ଚମରେ ରାଗ ଓ ରାଗିଣୀ ।


ଝରିଯାଏ ସୁମଧୁର ଶବ୍ଦସୁଧା

ଛଳଛଳ ତୋଳି ତାନ ମୂର୍ଚ୍ଛନା 

ସୃଜିପାରେ ସପ୍ତରଙ୍ଗ ଇନ୍ଦ୍ରଧନୁ

ମହ୍ଲାରଇ ମେଘ ସଂରଚନା ।


ଉନ୍ମେଷଇ ସମ୍ଭାବନା ଅଧୋବକ୍ତ୍ରେ

ନୀଳାକାଶ ମନ୍ମୟ ସୁନ୍ଦର  

ଉଙ୍କିମାରେ ଶିଶିରଶ୍ରୀ ସବୁଜିମା

ଦିବ୍ୟାନନ୍ଦେ ଆଲୋକିତ ଉଜ୍ଜ୍ୱଳ ।


ସୁମଧୁର ଲୟ ତାନେ ଅର୍ଥପୂର୍ଣ୍ଣ 

ଏ ଜୀବନ ସରସ ଓ ସୁନ୍ଦର  

ଅସଙ୍ଗତ କଟୁ ତିକ୍ତ ବ୍ୟର୍ଥ ଚିନ୍ତା

ସୁଧୀଜନ ମନୁ ପରିହର । 

  ------



Rate this content
Log in

Similar oriya poem from Inspirational