STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ମମତାମୟୀ ମାଆ

ମମତାମୟୀ ମାଆ

1 min
204

ମାଆ....ମାଆ...

ସ୍ନେହ ମମତାମୟୀ ମାଆ

    ରାଗି ଗଲେ ରୁଷି ଥିଲେ

  ପାଖକୁ ଆସଇ ଧାଇଁ 

ଆଖିରୁ ଲୁହ ପୋଛି ଦେଇ 

    ସରାଗେ ନିଏ କୋଳେଇ 

  ସବୁ ସୁଖ ତାହା ପାଇଁ।


ମାଆ....ମାଆ...

ମାଆ ନାମ ଅମୃତମୟ

     ଡାକି ଦେଲେ ଥରେ

   ପବିତ୍ର ହୁଏ ହୃଦୟ 

    ମାଆ ମୋର ଅତି ନିଜର

ଶୁଭ ଆଶିଷରେ ତାର

 ସଂସାର କରେ ମୁଁ ଜୟ।


ମାଆ.... ମାଆ...

ମାଆ ଯେ ଦେବୀ ଅନ୍ନପୂର୍ଣ୍ଣା

     ବରଦା ସ୍ଵୟଂସଂପୂର୍ଣ୍ଣା

  ସନ୍ତାନକୁ କରେ ଧନ୍ୟା 

ମାଆ ପାର୍ବତୀ ପରିପୂର୍ଣ୍ଣା

    ସାରା ଜଗତେ ଅନନ୍ୟା

 ଶେଷ ନାହିଁ ତା' ବର୍ଣ୍ଣନା।


ମାଆ ଏ ଜୀବନର ରାହା

    ହୋଇଥାଏ ସଦା ସାହା 

  ପ୍ରତି ପଦେ ତାର ଆହା 

ଧରା ପରି ସେ ସର୍ବଂସହା

    ମାନେ ସନ୍ତାନର କୁହା

  ଦିଏ ସବୁ ମାଗେ ଯାହା।


ମାଆ....ମାଆ....

ମାଆ ମୋର ଜନମଦାତ୍ରୀ

    ଭଲ ପାଏ ମୋତେ ଅତି

  ସହିବାରେ ସେ ଧରିତ୍ରୀ 

କଲ୍ୟାଣ ପଥରର ଯାତ୍ରୀ

     ଭଲ ବାଟେ ନିଏ ନିତି

ମଙ୍ଗଳ ବିଧାନେ ମୈତ୍ରୀ।


ଅଭୟସ୍ଥଳ ତାର କୋଳ

     କାନି ବୃକ୍ଷ ଛାୟାତଳ

  ମମତା ତା ଗଙ୍ଗାଜଳ 

ଶୁଭ ଚିନ୍ତେ ସଞ୍ଜ ସକାଳ

     ଦୁଃଖ ଦୂରାଏ ସକଳ

   ସାହା ହୋଇ ଚିରକାଳ।

ମାଆ...ମାଆ...

ମାଆ ବିନା ଘନଅନ୍ଧାର 

    ଦିଶେ ଏ ସାରା ସଂସାର

  କଷ୍ଟ ଲାଗେ ଅତିଶୟ 

ପବିତ୍ର ମାଆର ହୃଦୟ

    କି ଛି ନଥାଏ ଅଦେୟ

   ଚିନ୍ତେ ସଦା ନିରାମୟ।

ମାଆ....ମାଆ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational