କଲମ ଓ ଭାଗ୍ୟ
କଲମ ଓ ଭାଗ୍ୟ
ସ୍ନେହ ପାଉନାହିଁ ମଣିଷ ମାନଙ୍କ
କି ମୋବାଇଲ ଆସିଲା
ହୃଦୟ ମୋହର ଦୁଃଖ କୋହରେ
ପଥର ପାଲଟିଗଲା ।
ପୂର୍ବ ପରି ଆଉ ଆଦର ନାହିଁ
ପଡିଛି ଗୋଟେ କୋଣେ
କମ୍ପୁଟର ମୋବାଇଲ ବାୟୋମେଟ୍ରିକ୍ସ
ସଭିଙ୍କ ମନ କିଣେ ।
କବି ଲେଖକ ମୋବାଇଲରେ ଲେଖି
ମୋତେ ତ ଭୂଲି ଗଲେ
ମୋର ମହତ୍ୱ ମୋର ମର୍ଯ୍ୟାଦା
ସବୁ ପାସୋରି ଦେଲେ ।
ପିଲାମାନେ ଖାଲି ସ୍କୁଲ କଲେଜରେ
ମୋତେ ଧରି ରଖିଥାନ୍ତି
ଘରକୁ ଆସିଲେ ଫୋପାଡ଼ି ଦେଇ
ଟିଭି ମୋବାଇଲ ଦେଖନ୍ତି ।
ଲେଖା ହୋଇଥିଲା ମୋତେ ଧରିକରି
କେତେ ପୁରାଣ ପୋଥି
ଆଜିବି ସମସ୍ତେ ମନେ ରଖିଛନ୍ତି
ସଭିଙ୍କ ମୁଁ ଅତିଥି ।
ମୋହର ମୂଲ୍ୟ କେବେ କମିବନି
ଯେତେ ବି ବଦଳୁ ଯୁଗ
ମୋତେ ସନମାନ ଯେଉଁ ମାନେ ଦେବେ
ବଦଳି ଯିବ ଭାଗ୍ୟ ।