STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସାଇ ତୁମେ ଦୟାବନ୍ତ

ସାଇ ତୁମେ ଦୟାବନ୍ତ

1 min
341

ସାଇ ତୁମେ ଦୟାବନ୍ତ ମୋ ପ୍ରାଣର ପ୍ରାଣ

ତୁମେ ମାତା ତୁମେ ପିତା ଜଗତ କଲ୍ୟାଣ।


ଦିବସ ରଜନୀ ହୁଏ ତୁମରି ଭିଆଣ

ଜଳ ସ୍ଥଳ ନଭେ ତୁମ ସ୍ଥିତିର ପ୍ରମାଣ।


ଆକାଶେ ସୂରୁଜ ଉଏଁ ରାତିରେ ଚନ୍ଦ୍ରମା

ଗୋଟି ଗୋଟି ତାରକାରେ ଦିଶେ ମନୋରମା।


ନାରୀକୁ ଦେଇଛ ରୂପ ସ୍ନେହ ଓ ମମତା

ସେଇ ନାରୀ ମାତୃ ରୂପେ ହୁଅଇ ପୂଜିତା।


ଭଗ୍ନୀ ଜାୟା ଜନନୀରେ ପାଳଇ ସଂସାର

ସେଥିପାଇଁ ଆମେ ରହୁ ସୁଖୀ ପରିବାର।


ତୁମ ପାଇଁ ଆମ ସ୍ଥିତି ଆଜି ଓ କାଲିର

ତୁମ ବିନା ଏ ସଂସାର ଲାଗଇ ଅସାର।


ତୁମେ ବାବା ସାଇରାମ ତୁମେ ସାଇ ଶ୍ୟାମ

ପ୍ରତିଟି କରମେ ଦିଅ ତୁମରି ସ୍ମରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational