STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ମୁକ୍ତିତୀର୍ଥ

ମୁକ୍ତିତୀର୍ଥ

1 min
181


ଗର୍ବ ଅହଙ୍କାରେ ଫାଟି ପଡ଼ୁଛନ୍ତି

ଦୁର୍ଯ୍ୟୋଧନ ଦୁଃଶାସନ

ହସ୍ତୀନା କଟକ ଶ୍ରୀ ବାରୁଣାବନ୍ତ

ହେବ ପାଣ୍ଡବବିହୀନ ।


ଚଳାଉଛି ଗୋଟି କୂଟୀଳ ଶକୁନି

ସନ୍ତର୍ପଣେ ପଶାପାଲି

ହେଉ କଳ ବଳ ଅବା କଉଶଳ

ସମଗ୍ରଙ୍କୁ ଦେବ ଗିଳି ।


ତା ଆଦେଶ ବିନା ବହିପାରିବନି

ନିଃଶ୍ୱାସ ପ୍ରଶ୍ୱ।ସ ମୁକ୍ତ

ଦେବ ନାହିଁ ଛାଡି ସୂଚ୍ୟଗ୍ର ମେଦିନୀ

କରିଛି ସଙ୍କଳ୍ପ ଦୃଢ଼ ।


ହାରିବେ ପାଣ୍ଡବ ସମଗ୍ର ଜଗତ

ହେବ ସେ ରାଜାଧିରାଜ

ଯିବେ ବନବାସ ରହିବେ ଅଜ୍ଞାତେ

ପରିଚୟେ ମୃତ୍ୟୁ ଦଣ୍ଡ ।


ଲାଲ ମୁଲାୟମ ରେଶମୀ କପଡା

ସଳଖ ପଥ ପ୍ରଲମ୍ବ

ବିରାଜିବେ ବିଶ୍ଵ ମହା ଅଧିରାଜ

ସମ୍ରାଟ ମହାମହିମ ।


ଅତି ଅବାସ୍ତବ ଯେତେ ଦିବା ସ୍ୱପ୍ନ

ଘାରଇ ଡ୍ରାଗନ ନିଶା

ଗିଳିବାକୁ ମହୀ ହେଉଛି ପ୍ରସ୍ତୁତ

ବଢ଼ାଉଛି ଅସ୍ତ୍ର ସଜ୍ଜା ।


ମୁକ୍ତି ମହାତୀର୍ଥେ ଧର୍ମ କୁରୁକ୍ଷେତ୍ରେ

ଯୁଦ୍ଧ ଅଟେ ଅନିର୍ବାର୍ଯ୍ୟ

ସ୍ମରଣୀୟ ହେଉ ଗୀତା ତତ୍ତ୍ଵ ସାର

ଗଣ ପରିତ୍ରାଣ ଧାର୍ଯ୍ୟ ।


    -----


Rate this content
Log in

Similar oriya poem from Inspirational