ଛଳବାହିନୀଶ
ଛଳବାହିନୀଶ
ଛଳବାହିନୀଶ ହେ !
ନୁହେଁ ମୁଁ ଲଳିତା
ଆଣିନାହିଁ ତମ ପ୍ରେୟସୀର ବାର୍ତ୍ତା
ତମ ପ୍ରେମ ପ୍ରାକୃତ କି ଅପ୍ରାକୃତ
ତା ବି ଜାଣିନାହିଁ
ମାତ୍ର ଦୁନିଆ କହେ ପରକୀୟା ।
ମୋ କଥା ଶୁଣି ତୁମେ
ଦୁଃଖ ସାଗରେ ବୁଡିବ ନା
କର୍ମର ଦ୍ୱାହିଦେଇ ତମ ସେଇ
ରଙ୍ଗିମା ଅଧରେ ସ୍ମିତ ଲହରୀ ଖେଳାଇବ
ତା ବି ସନ୍ଦେହ ।
କାଳେ ତମେ ରାଧା ବିନା ଶକ୍ତିଶୂନ୍ୟ
ତମ ହାତରେ କିଛି ନାହିଁ
ସତେ ଯେମିତି ସର୍ବହରା ,
ସତେ କଣ ରାଧା ବିନା ତମ ଅସ୍ତିତ୍ବ ନାହିଁ ?
ସତେ କଣ ପାଲଟି ଯାଇଛ
ପଙ୍ଗୁ ଜଡ଼ ଅଥର୍ବ ?
ନା ,ଏ ଏକ ଛଳନା ?
କହନ୍ତି ,
ତମ ଆଉ ତାର ଏକଆତ୍ମା ତେବେ,
ତାର ପ୍ରେମିକାପଣ ଜାହିର
ଏକ ଛଳନା ନୁହେଁ ତ ,ଦିଗଭ୍ରଷ୍ଟ ପାଇଁ ।
ତଥାପି ତା କଥା ଶୁଣିଲେ ତମେ
ପରମ ତୃପ୍ତି ଲାଭ କର ,
ଏ କଣ ଛଳନା ନୁହେଁ ?
ଜାଣିଛ !
ଆଜି ଅମୃତଧାରା ବେଗବତୀ ମାତ୍ର
କୋଳେ ଜୀବହୀନ ଅନ୍ତନେଇ
କରୁଣ ଚିତ୍କାର କରେ ରାଜ ରାସ୍ତାରେ ,
ସମ୍ପର୍କ ମହୁର ମହୁମାଛିର ଡେଣା ଶକ୍ତି ହୀନ,
ଅମୃତ ଅପେକ୍ଷା ଆଜି ଗରଳ ପରମ ସ୍ଵାଦୁ,
ଜଳରେ ନୁହେଁ ଶୋଣିତରେ ତୃଷା ମେଣ୍ଟେ,
ମିଛ ସହାନୁଭୂତି ରେ ଲୋକେ ବଡ଼ ହେଉଛନ୍ତି ,
ଏ କେଇପଦ ତମ ମନେ ରହିବ,
ନା ସେଇ ନା କୁ ସାର୍ଥକ କରିବ
ଛଳବାହୀନିଶ !