Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanaka barddhan Sahu

Inspirational Others

3  

Kanaka barddhan Sahu

Inspirational Others

କିଛି ପାଇବାକୁ

କିଛି ପାଇବାକୁ

1 min
188


ନିଶ୍ଚଳ ବିହୀନ ପୃଥିବୀର

ପରିବର୍ତ୍ତନଶୀଳ ଜଗତରେ

ସମସ୍ତେ ଚଳଚଞ୍ଚଳ କିଛି ପାଇବାକୁ ।

ଦାରିଦ୍ର୍ୟର ଗୋଇଠା ପାହାରରେ

ସର୍ବଦା ଦୁଃଖିତ ମଣିଷ ବି

ଧାଉଁଛି କିଛି ପାଇବାକୁ ;

ଏଥିରେ ବଡ଼ କଥା ନାହିଁ

ନିଶ୍ଚିତ ଭାବେ

ଏ ଅପୁରଣୀୟ ପାକଯନ୍ତ୍ରକୁ

ଶାନ୍ତି ଦେବାରେ,

ନଷ୍ଟଶୀଳ ଶରୀରକୁ ସୁରକ୍ଷା ଦେବାରେ ।

ହେଲେ,

ହାତରେ ଅଛି ଧନ,ମାନ,ଯୌବନ ପରି

ଅମାପ ଶକ୍ତି ,ଯାହା

ଲୌକିକ ଜଗତର ଈଶ୍ୱର,ଯାହା

ନ ଥିଲେ ଜୀବନ ପଙ୍କ ପୂର୍ଣ୍ଣ

ଏ ଦୁନିଆ ଆଖିରେ,

ତଥାପି ସେ ଧାଉଁଛି

କିଛି ପାଇବାକୁ ।

ସମସ୍ତେ ଧାଉଁଛନ୍ତି ସେହି ଅମୂଲ୍ୟ ସମ୍ପଦ ପାଇବାକୁ,

ବୋଧେ ଯାହା ସମସ୍ତଙ୍କ ଶେଷ କାମ୍ୟ ।

ତାକୁ ପାଇଲା ପରେ ଆଉ

ପାଇବାର ପିପାସା ନ ଥାଏ ।

ପୁଣି ଏହା ପରମ ସତ ଯେ

ତାହା ମିଳିବା କଷ୍ଟସାଧ୍ୟ ,କାରଣ

ତାର ନାମ ଆତ୍ମତୃପ୍ତି ।


Rate this content
Log in

Similar oriya poem from Inspirational