STORYMIRROR

Pratima Satpathy

Inspirational

3  

Pratima Satpathy

Inspirational

ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସ

1 min
132

ଉତ୍କଳ ଗୌରବ ମଧୁସୂଦନ ଦାସ

ଅଠରଶ ଅଠଚାଳିଶି ମସିହା

   ମେ ମାସ ଅଠେଇଶିରେ

ଜନ୍ମ ହୋଇଥିଲ କଟକ ଜିଲ୍ଲାର

  ସତ୍ୟଭାମା ପୁରଠାରେ.

ପିତା ରଘୁନାଥ ମାତା ପାର୍ବତୀଙ୍କ

  କୋଳ କରିଲ ମଣ୍ଡନ

ଉତ୍କଳ ଗୌରବ ହେ ମଧୁସୂଦନ

  ରଖିଲ ତାଙ୍କ ସମ୍ମାନ.

ଚାଟଶାଳୀରେ ପାଠ ପଢା ବେଳରୁ

  କହିଥିଲେ ଅବଧାନ 

ତୁଳସୀ ଦୁଇ ପତ୍ରରୁ ବାସିଲା

  ପରି ବାସିଲା ତୁମରି ଗୁଣ.

ପ୍ରଥମ ଓଡ଼ିଆ ଏମ୍.ଏ. ପ୍ରଥମ

  ଓଡ଼ିଆ ବିଲାତଯାତ୍ରୀ

ପ୍ରଥମ ଓଡ଼ିଆ ବାରିଷ୍ଟର ପୁଣି

  ପ୍ରଥମ ଶିକ୍ଷିତ ମନ୍ତ୍ରୀ.

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ 

  କ୍ଷେତ୍ରରେ ଯେ ଭଗୀରଥ

ଖଣ୍ଡ ବିଖଣ୍ଡିତ ଓଡିଶାକୁ ତୁମେ

  କଲ ଇଂଲଣ୍ଡେ ବିଖ୍ୟାତ.

ବିଚକ୍ଷଣ ବୁଦ୍ଧି ବିରଳ ବ୍ୟକ୍ତିତ୍ୱ

  ଗୋଲ ଟେବୁଲ ବୈଠକେ

ଦାବି କରିଲ ସ୍ୱତନ୍ତ୍ର ଉତ୍କଳ

  ପ୍ରଦେଶ ଗଠନ ନିମନ୍ତେ .

ଉତ୍କଳ ସମ୍ମିଳନୀ ଗଠନ କଲ

 ଉତ୍କଳ ଟ୍ୟାନେରୀ କଲ

ତାରକସି କାମ ଦେଶ ବିଦେଶରେ

  ବିଖ୍ୟାତ କରାଇଥିଲ.

କଲି କତାରେ ଓଡ଼ିଆଙ୍କ ପାଇଁ ଯେ

  ନୈଶ ବିଦ୍ୟାଳୟ କରି

ରେଭେନ୍ସାରେ ଆଇନ ଅଧ୍ୟାପକ

  ଓଡ଼ିଆ ପଢିବେ ବୋଲି.

ବିନା ବେତନରେ ମନ୍ତ୍ରୀ ହେବା ପାଇଁ

  ମିଳିଲା ନାହିଁ ସୁଯୋଗ

ସେଥିପାଇଁ ବିନା ଦ୍ୱିଧାରେ ମନ୍ତ୍ରୀ ପଦ

  କରିଦେଇଥିଲ ତ୍ୟାଗ.

ନିଃସ୍ଵାର୍ଥପର ସେବା ସ୍ୱାଭିମାନୀ 

  ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ଆତ୍ମ ସମ୍ମାନ ପ୍ରେରଣାର ଉତ୍ସ

  ଆଦର୍ଶ ମହାପୁରୁଷ.

ଶେଷ ଇଚ୍ଛା ଥିଲା ଉତ୍କଳ ସ୍ୱତନ୍ତ୍ର 

    ପ୍ରଦେଶ ଗଠନ ପାଇଁ

ଉଣେଇଶ ଚଉତିରିଶି ଫେବୃଆରୀ

   ଚାରି ସ୍ୱର୍ଗେ ବସିଲ ଯାଇଁ.

ତୁମ ପରି ମହାପୁରୁଷଙ୍କୁ ପାଇ

  ଉତ୍କଳ ହୋଇଛି ଧନ୍ୟ

ଉତ୍କଳ ଗୌରବ ଉତ୍କଳ ଦିବସେ

  ଘେନ ହେ ମୋର ପ୍ରଣାମ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational