STORYMIRROR

Binodini Dash

Inspirational

4  

Binodini Dash

Inspirational

ମୁଁ ମାଟିପିଣ୍ଡ

ମୁଁ ମାଟିପିଣ୍ଡ

1 min
13


ନିଜକୁ କିଏ କି ପଚାରିଅଛେ କି

ମୁଁ କିଏ କେଉଁଠୁ ଆସିଛି

ଧର୍ମ କର୍ମ ମୋର କଅଣ ଅଟଇ

କାହିଁକି ଚେତନ ସାଜିଛି ?


ମାଟିଘଟଟିରେ ଭରି ବୁଦ୍ଧିଜ୍ଞାନ

ଯିଏ ଆଣିଛନ୍ତି ଜଗତ

ଉଦ୍ଦେଶ୍ୟ ତାଙ୍କର କଅଣ ଅଟଇ

ଭାବିବା ନୁହେଁ କି ଉଚିତ ?


ଆତ୍ମା ପରମାତ୍ମା ଘଟରେ ମିଳନ

କେଉଁ କାରଣରୁ ହୁଅଇ

ଏ ଗୁଢ଼ ତତ୍ତ୍ବର ଅନୁଶୀଳନରେ

ସିନା କର୍ମପଥ ମିଳଇ ।


ସେ କଥା ନ ଚିନ୍ତି ବୃଥା ଅହଂକାରେ

ମାଟିପିଣ୍ଡକୁ ମୁଖ୍ୟ ମଣି

ଗୋଟାଇ ଚାଲିଛେ ଯେତେ ଭୋଗ୍ୟବସ୍ତୁ

ଭାବି ତାକୁ ଜୀବନ ମଣି ।


ପଞ୍ଚଭୂତେ ଗଢ଼ା ପାର୍ଥିବ ଶରୀର

ଦିନେ ମିଶିଯିବ ସେଥିରେ

କର୍ମ ହିଁ ଜୀବନ କର୍ମ ଭଗବାନ

ଜାଣି ବି ଅଜଣା ମନରେ ।


ମୁଁ ମାଟିପିଣ୍ଡ ଦିନେ ମିଳାଇବି

ଚିରସ୍ଥାୟୀ ଏଠି କଅଣ

ସେ କଥା ସୁମରି କର୍ମ ଅନୁସରି

ରହିଥିବି ବିଭୁ ଶରଣ ।


ଏତିକି ଜ୍ଞାନର ଯିଏ ଅଧୀଶ୍ବର

ବାନ୍ଧେ ନାହିଁ ଭବ ବନ୍ଧନ

ଖୋଲିଯାଏ ଆପେ ମୁକତିର ପଥ

ସହାୟକ ନନ୍ଦ ନନ୍ଦନ ।



Rate this content
Log in

Similar oriya poem from Inspirational