STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସିଗଲା ମୋଉସୁମୀ

ଆସିଗଲା ମୋଉସୁମୀ

1 min
17


ଆକାଶବାଣୀ କଟକ ସମ୍ବାଦେ କହିଲା

କେରଳକୂଳକୁ ଆସି ମୌସୁମୀ ଛୁଇଁଲା ll


ଦିନ କେଇଟାରେ ଦେବ ଓଡିଶାକୁ ଛୁଇଁ

ଘନ ଘୋର ଗରଜନେ କମ୍ବି ଯିବ ମହୀ ll


ଆକାଶରେ ବୁଲୁଛନ୍ତି ଦେଖ ମେଘମାଳ

କଳା କଳା ଜଳଧରେ କୁମ୍ଭେ ଧରି ଜଳ ll


ପ୍ରତୀକ୍ଷାର ଅନ୍ତହେଲା ଗ୍ରୀଷ୍ମ ଗଲା ଚାଲି

ସମୟତରଙ୍ଗେ ଯଥା ନଈ ଚୋରାବାଲି ll


ଆଷାଢ଼ ଶ୍ରାବଣ ଅଟେ ମେଘ ମାସ ଦୁଇ

କଥା ଗୋଟି ମନେ ରଖିଥିବ ସବୁ ଭାଇ ll


ଏଥର ତ ଗ୍ରୀଷ୍ମ ତାତି ଦେଖିଲ ଆପଣେ

ଆସ ପଣ କରିନେବା ଭାଇ ଜଣ ଜଣେ ll


ବରଷା କାଳରେ ଆମେ ଲଗାଇବା ବୃକ୍ଷ

ପାଦପେ ଅଟନ୍ତି ପରା ଦେବତା ପ୍ରତ୍ୟକ୍ଷ ll


ଜ୍ୟଷ୍ଠରେ କଦଳୀ ପୁଣି ଅଷାଢ଼ରେ କିଆ

କଥାଅଛି ପୋତ ନପୋତ ହୋଇ ଠିଆ ll


ବୃକ୍ଷ ବିନେ, ଭାଇ କାହୁଁ ଜୀବନ ରହିବ

ଅଙ୍ଗେ ଲିଭାଇବା କଥା ସବୁ ଦେଖୁଥିବ ll


ବରଷାଆସିଲା ଭାଇ ସାଥେ ଘେନି ରଜ

ହରିଆଲୀ ପର୍ବ ପାଳି କରିବା ମୋଉଜ ll

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational