STORYMIRROR

Bharati Bhusan Das

Inspirational

4  

Bharati Bhusan Das

Inspirational

ବୋଉ

ବୋଉ

1 min
15


ବୋଉ ନୁହେଁ ଏକ ଶବ୍ଦ......

ସେ ତ ସ୍ପନ୍ଦନ ଏକ ଆବେଗ ର...

ହୃଦୟ ରେ......କେବେ ଟାଣି ଦିଏ ଗାର

     ପୋଛିଦିଏ ଲୁହ ବେଦନାର....   

ସହିବା ଗୁଣରେ ତା ସରି କେ ନୁହେଁ

     ସହିଯାଏ ମଥା ପାତି

ବୋଉ ସିଏ..... ହାତେ ଓଢଣା ପକେଇ

     ବାଣ୍ଟିଦିଏ ଅନୁଭୂତି......

ଗାଳି ସହୁଥାଏ ବାପାଙ୍କର କେବେ

କେବେ ଯୌଥ ପରିବାରେ

ସମସ୍ତଙ୍କୁ ବାନ୍ଧି ରଖିଥିଲା ବୋଉ

ଯାହା ଦେଖିଛି ମୁଁ ନୟନରେ.....

ଶାଶୁ ଶ୍ୱଶୁରଙ୍କୁ ଆଦର କରିବା

ପୁଣି ଦିଅର ନଣନ୍ଦ

ସବୁ କଥା ବୁଝି.... ଘରକୁ ମନ୍ଦିର

   ଦେଖିଛି କେତେ ଆନନ୍ଦ.......

ଅଝଟ ହୋଇଲେ.... ତାଗିଦ କରଇ

   ଧରିଥାଏ ତା ପଣତ

କାନି ଗଣ୍ଠି ଖୋଲି ଦେଲେ ଦି ପଇସା

     ଗେଲ କରିଦିଏ ବୋଉର ହାତ

ଚାହିଁଥାଏ ବୋଉ ଏରୁଣ୍ଡି ବନ୍ଧରେ

   ମୋ ଲେଉଟାଣି ବାଟକୁ

ଧରିନେଇ ହାତ,କହେ ବାଇଆଟା

    ମାନୁନାହିଁ ମୋ କଥାକୁ।

ଶୁଣି ହସ ଲାଗେ ବୋଉର ଏ କଥା

       କେତେ ଯେ ମୁଁ ଆଉ ମାନିବି

ରଖିଛି ନଜର ସବୁବେଳେ ସେ ତ

          କୁଆଡ଼ିକି ଆଉ ଯିବି

ବୋଉଲୋ ତୋ କଥା ମାନୁଥିଲି ସେବେ

 ଯେବେ ତୋ ପଣତେ ଥିଲି

ଏବେ ପରା ବୋଉ ପଣତ ବାନ୍ଧିଛି

    ଅକୁହା ବେଦନା ଖାଲି।

ଖୋଲିବାକୁ ନାହିଁ ଶକ୍ତି ମୋର ପାଶେ

     ମୁଁ ତ ଏବେ ଶକ୍ତିହୀନ

ଜୀବନ ଖୋଜୁଛି ଉଆଁସୀ ରାତିରେ

    ଅମାବାସ୍ୟା ର ଜହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational