STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲେଉଟିବ ଶାନ୍ତି

ଲେଉଟିବ ଶାନ୍ତି

1 min
16


ପାଦ ଦୁଇ ଆଗକୁ ଆଗକୁ ବଢୁ 

ଚାଲିବାକୁ ଅଛି ଅନେକ ଦୂର

ପାହୁଣ୍ଡ ପାହୁଣ୍ଡ ଆଗକୁ ଗଡୁ

ଅଲକ୍ଷ୍ୟ ଲକ୍ଷସ୍ଥଳ କାହିଁ ସୁଦୂର


ଯଦି ପାଦ ଲାଗୁଛି ଥକିଲା ଥମିଲା

ଦୁଇହାତ ବି ଦିଅ ପ୍ରସାରୀ

ଆପଣାର ମନ୍ତ୍ରେ କୋଳେଇ ନିଅ

ରାସ୍ତାରେ ଭେଟୁଥିବା ପଥଚାରୀ


ଯଦି ପାଦ ହାତ ଲାଗୁଚି ଅବଶ

ସ୍ମିତ ହାସ୍ୟ ଝଲକେଇ ଦିଅ

ଆପଣାର ମୁଖ ମୟୂଖର ଛଟାରେ

ବାନ୍ଧିନିଅ ଆପଣେଇ ନିଅ


ଯଦି ପାଦ ହାତ ହସ ଲାଗୁଛି ସ୍ଥାଣୁ

ଜୀବନଟା ଅସାର ଅପାର ସଂସାର

ଉପକାର କରିଚାଲ ବିନା କାରଣରେ

ସୁଖ ଶାନ୍ତି ଲେଉଟିବ ବେଦନା ରହିତ ସ୍ୱର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational