STORYMIRROR

Biswanath Nayak

Inspirational

3  

Biswanath Nayak

Inspirational

ଆହ୍ଵାନ

ଆହ୍ଵାନ

1 min
220


ଚିନ୍ତାରେ ଆଉ

ଚେତନାରେ ଆସି

କିଏ ଏ ଆହ୍ଵାନ ଦିଏ।  

ଥକି ପଡ଼ ନାହିଁ

ଆଗେଇଣ ଚାଲ

ଲକ୍ଷ୍ୟ ନ ହାସଲ ଯାଏ। 


ରାତି ପାହିଲାଣି

ପୂରୁବ ଆକାଶେ

ସୂରୁଜ ଦେଲେଣି ଡ଼ାକ। 

ଚାଲିବାକୁ ହେବ

ବହୁ ଦୂର ପଥ

ଜାଗ୍ରତ ହୁଅ ପଥିକ। 


ସନ୍ଧ୍ୟା ଆସିଯିବ

ଜଣା ପଡ଼ିବନି

ଦିନ ଯାଏ ଗଡ଼ି ଗଡ଼ି । 

ବସିବା ପାଇଁକି

ବେଳ ଆଉ ନାହିଁ

ଲକ୍ଷ୍ୟପଥେ ଯାଅ ମାଡ଼ି। 


ପଥ ହେଉ ଯେତେ

ଦୁରୂହ ଦୁର୍ଗମ

ସେଥିକି ନକର ଭୟ। 

ବିଶ୍ରାମ ତୁମର

ଲକ୍ଷ୍ୟ ନୁହେଁ ବନ୍ଧୁ

ଲକ୍ଷ୍ୟ ତୁମ୍ଭର ବିଜୟ। 


ନଥିଲେ ବି ପଥ

ଆଶା ରଖି ମନେ

ପଥ କର ଆବିଷ୍କାର। 

ଭବିଷ୍ୟତ ଅଛି

ତୁମ ପ୍ରତୀକ୍ଷାରେ

ହାତେ ଧରି ପୁରସ୍କାର। 


ତୁମେ ହେ ପଥିକ !

ନିରବ ସାଧକ

କରିଣ ଚାଲ ସାଧନା । 

ସିଦ୍ଧି ଲଭିବାଟା

ଅଛି ତୁମ୍ଭ ହାତେ

ବୃଥା ନ କର ଶୋଚନା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational