ଏ ଦୁନିଆ ଏକ ରଙ୍ଗମଞ୍ଚ
ଏ ଦୁନିଆ ଏକ ରଙ୍ଗମଞ୍ଚ
ବିଚିତ୍ର ଏ ସୃଷ୍ଟି ପ୍ରଭୁ ଙ୍କ ମହିମା
ଅଟେ ଅନନ୍ତ ଅପାର
ତାହାରି ମଧ୍ୟରେ ଆମ ବସବାସ
ଏଇ ଆମର ସଂସାର ।
ଆମରି ଭିତରେ କେତେ ଭେଦଭାବ
ଆମେ ହିଁ ତାର ପ୍ରତିକ
ନିଜର ସୁବିଧା ନିଜେ ବିଚାରିଛୁ
ରଖିଛୁଁ ଆମର ଟେକ ।
ପୁଣି ନିଜ ହାତେ ନିଜକୁ ବାଛିଣ
କରିଅଛୁ ଜାତି ଭେଦ
ସମସ୍ତେ ଏକାଠି ନିଜରି ଭିତରେ
ରହିଛି କିଛି ପ୍ରଭେଦ ।
ଗୋଟିଏ ମାଆର ସନ୍ତାନ ଆମେରେ
ଏ ଦୁନିଆ ଆମ ଘର
ରକତ ଜଦି ଭାଇ ଅଲଗା ନୁହଇ
ଆମେ ହିଁ ସର୍ବେ ନିଜର ।
ଆମେ ତ ମାନବ ଜାତି ଅଟୁ ପରା
ଆମର ନାହଁ ଭେଦଭାବ
ଏ ରଙ୍ଗ ମଞ୍ଚ ରେ ଜୀବ ଥିବାଯାଏ
ରଖିବୁ ଆମ ସ୍ବଭାବ ।
ଏକାଠି ହୋଇଣ ନିଜ ପରମ୍ପରା
ବଜାୟ ରଖିବୁ ନିତି
ହିଂସା କେବେବି କରିବୁ ନାହିଁ ଟି
ରଖିବୁ ଆମ ନାଆଟି ।
ତଥାପି ଅଧର୍ମ କାର୍ଯ କରି ଆମେ
ନିଜକୁ କରୁ ଲଢେଇ
ଅଧର୍ମ ନିଆଁରେ କେତେ ବଳିଦାନ
ଦେଉଛୁ ଆମେ ଚଢେଇ ।
ଜାଣିବି ଅଜଣା ହେଇ ବାଟବଣା
କାହିଁ ପାଇଁ ଏଇ ହାଟ
ଅଧିକାର ହେତୁ ଏ ରଙ୍ଗ ମଞ୍ଚରେ
ସର୍ବଦା ଲାଗୁଛି ନାଟ ।
ସମାଜ ଦେଖୁଛି ସାମାଜିକ ନାଟ
କେତେବେଳେ କଣ ହେବ
ପରିବର୍ତ୍ତନ କେବେ ନ ହୋଇବ
ନିଜେ ସତର୍କ ରହିବ ।
ଏ ସାରା ସଂସାର ଏପରି ଚଳିବ
ଆମ ପୃଷ୍ଠଭୂମି ମଞ୍ଚ
ନିଜକୁ ନିଜେ ଠିକ୍ ରେ ଚିହ୍ନିବା
ଦୁନିଆ ଟା ରଙ୍ଗମଞ୍ଚ ।
