STORYMIRROR

Kanan Bala Nayak

Inspirational

3  

Kanan Bala Nayak

Inspirational

ଝଡ଼ର ଇଗଲ୍

ଝଡ଼ର ଇଗଲ୍

1 min
193


ଝଡ଼ର ଇଗଲ୍ ମୁଁ ସବୁ ଝଡ଼ କୁ 

ପରାହତ କରିବା ର ଶକ୍ତି ରଖେ।

ଯେତେବେଳେ ଡେଣା ଝାଡ଼ିବା ଶିଖି

ନଥିଲି ସେତେବେଳେ ଗୋଟେ ମହାବାତ୍ୟା 

ମୋର ସମ୍ପୂର୍ଣ୍ଣ ଜୀବନକୁ

ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା।

କିନ୍ତୁ ଝଡର ଇଗଲ୍ ମୁଁ ଡେଣା

ଝାଡ଼ିବା କୁ ଚେଷ୍ଟା କଲି ସମୟ

ମୋତେ ଉଡ଼ିବାଶିଖାଇ ଦେଲା।

ହେଲେ ମଝିରେ ମଝିରେ ପୁଣି 

ଝଡ ଆସିଲା ସାମୟିକ ଭାବରେ

ମୋ ଉଡ଼ିବାର ଗତିରେ ଅଙ୍କୁଶ ଲାଗିଲା।

ହେଲେ ଝଡ଼ର ଇଗଲ୍ ମୁଁ ପୁଣି ଥରେ 

ଡେଣାକୁ ସଶକ୍ତ କରୁଛି ଆଉ ଏଥର ଏତେ

ଉପରକୁ ଉଡିଵି ଯେଉଁଠି ଝଡ଼ କଣ 

ମହାବାତ୍ୟା ର ବି ମୋତେ ପରାହତ

କରିବାର ଶକ୍ତି ନଥିବ।

ଝଡ଼ର ଇଗଲ୍ ମୁଁ ସବୁ ବାଧା ବିଘ୍ନକୁ 

ଏଡାଇ ଅନେକ ଦୂରକୁ ଉଡିଯିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational