STORYMIRROR

Mamatamanjari Das

Inspirational

3  

Mamatamanjari Das

Inspirational

ଖୁସିର ଶିଖର

ଖୁସିର ଶିଖର

1 min
129

ଲଣ୍ଠନ ଧରିକି ଖୁସିକୁ ଖୋଜିଲେ

ଖୁସି କେବେ ମିଳେ ନାହିଁ

ଭୋକିଲା ପେଟରେ ଅନ୍ନ ଦେଲେ ମୁଠେ

ସବୁ ସୁଖ ମିଳିଯାଇ

ସୁଖକୁ କେବେ ମୁଁ ଦେଖିନି ପାଖରୁ

ତାର ରଙ୍ଗ ଧଳା  ନାଲି ଗେରୁ

ଛୋଟ ପିଲାଟିକୁ ସ୍ନେହ ଟିକେ କଲେ

ହସ ଝରେ ଖିଲି ଖିଲି ତା' କଅଁଳ ଓଠରୁ

ସୁଖର ସୁଉଚ୍ଚ ଅଟ୍ଟାଳିକାରେ ମୁଁ

ଅଛି ବୋଲି ମନେ କରେ...

ସୁଖ କେବେ ମିଳେ ନାହିଁ ତ୍ରିତଳ ପ୍ରାସାଦେ

ସୁଖର ସୁଉଚ୍ଚ ପର୍ବତରେ ଅଛି ବୋଲି

ମୁଁ ଅନୁଭବ କରେ ସେତେବେଳେ

ଯେତେବେଳେ କେହି ଗୁରୁଜନ

ହସ ଭରି ଓଠେ କରେ ଆଶୀର୍ବାଦ

ଖୁସି ମିଳେ ସେତେବେଳେ

ଯେତେବେଳେ ଫୁଟଫାଥରେ

ଯାକି ଯୁକି ହୋଇ ଶୋଇ ଥିବା ନିରାଶ୍ରୟକୁ

ଖଣ୍ଡେ ଚଦର ଘୋଡେ଼ଇ ଦିଏ

ଶୀତର ପ୍ରକୋପରେ ଥୁରୁ ଥୁରୁ ଶରୀରଟି ତାର

ମୁହୂର୍ତ୍ତକ ପାଇଁ ହେଲେବି ଶାନ୍ତିରେ ଶୋଇଯାଏ

ଏହାଠାରୁ ବଡ ଖୁସିର ସୁଉଚ୍ଚ ଶିଖର

ଆଉ କୋଉଠି ବା ଥାଏ !

ସେତେବେଳେ ମୋତେ ଲାଗେ

ସବୁଠାରୁ ସୁଉଚ୍ଚ ଖୁସିର ଶିଖରରେ ମୁଁ।



Rate this content
Log in

Similar oriya poem from Inspirational