ବିଛେଦର ଦୁଃଖ
ବିଛେଦର ଦୁଃଖ
ହେ ପ୍ରିୟତମା ଆଖିରେ ମୋ
ଆଜି ଆଖିଏ ଲୁହ,
ଛାତିରେ ବେଦନାର ଅସରନ୍ତି କୋହ,
ମୁଁ ଜଳୁଛି ବୈଶାଖର ଡହ ଡହ ଝାଞ୍ଜି ରେ
ମୋ ଦେହ ମନରେ ଆଜି ଲାଗିଛି
ତୁମ ବିଛେଦର ନିଆଁ ,
ହୁତ୍ ହୁତ୍ ହୋଇ ଜଳୁଛି ମୋର ସାରା ଶରୀର ଟା
ଆଖିରୁ ବହୁଛି ଶ୍ରାବଣର ଲୁହ ।
ମାଟିରୁ ଆକାଶ ଯୁଆଡେ ଚାହିଁଲେ
ଦିଶେ ପ୍ରୀୟା ତୁମ ମୁହଁ
ତୁମ ବିଛେଦରେ ଏ ଜୀବନଟା ସଖି
ଜଳୁଅଛି ଅହରହ , ମୁଁ କେମିତି ବଞ୍ଚିବି କହ !!
ସତରେ କଣ ମୋତେ ଧ୍ଵଂସ
କରିଦେବାକୁ ଆସିଛି,
ଏ ଜଳିବା ଭିତରେ ଆନନ୍ଦ ଅଛି
ପ୍ରେମ ଅଛି ,ପ୍ରତାରଣା ଅଛି,
ତୁମକୁରଙ୍ଗୀ ନୟନର ଧାରେ କଜଳ ଗାର
ମୋତେ ସଖି ବିମୋହିତ କରୁଛି ।
ଏ ସକାଳ ଆଜି ସକାଳ ହୋଇ ନାହିଁ
ମଧ୍ୟ ରାତ୍ରି ପରି କଳା କିଟ୍ ମିଟ୍,
ସବୁ ଛଳନା ,ପ୍ରତାରଣାକୁ ବେଢ଼ିକରି
ମହାକାଳ ରୂପ ଧରିଛି
ତୁମ ବିଛେଦ ର ଅଗ୍ନିରେ ମୁଁ ଆଜି ଧରାଶାୟୀ
ହାତରେ କେବଳ ଅସ୍ତ୍ର ନାହିଁ
ନିରସ୍ତ୍ର ହୋଇ ଆଜି ଖାଲି ହୁତୁ ହୁତୁ ଜଳୁଛି ।
ଜୀବନଟା ଗଳ୍ପ ଏକ
ହୃଦୟ ରୁ କହିବାକୁ ହୁଏ
ବିଛେଦ ର ଦାବାଗ୍ନିକୁ ପିଉ ପିଉ
ବେଳେ ବେଳେ ସମୟ ବି ତା ବାଟରେ ଚାଲିଯାଏ
ପ୍ରେମ ଅଟେ ଭରସା ର ପ୍ରବୃଦ୍ଧ ପାବନ୍ଧ
ଏଠାରେ ବିଛେଦର ଦୁଃଖକୁ ବି
ହସି ହସି ପିୟୁସ ପରି ପାନ କରି ହୁଏ ।