STORYMIRROR

Mamatamanjari Das

Romance

4  

Mamatamanjari Das

Romance

ରଙ୍ଗୀନ ହୃଦୟ

ରଙ୍ଗୀନ ହୃଦୟ

1 min
18

ଏବେ ଆଉ ମିଳେନାହିଁ

ନିସ୍କପଟ ପ୍ରେମଭରା ଦାମ୍ପତ୍ୟ ଜୀବନ

ଏବେତ ମାଳ ମାଳ ରଙ୍ଗୀନ ହୃଦୟ

ଯାହା ଖାଲି କିଛି ମୁହୁର୍ତ୍ତ ପାଇଁ ରଙ୍ଗୀନ ଥାଏ

ତାପରେ ଅଲୋଡା ହୁଅଇ ଜୀବନ ।


ଯାନୁ , ବେବୋ , ସୁଇଟ୍ ହାର୍ଟ୍

ମଧୁଭରା ଡାକ କେଇପଦ

ପୂର୍ବର ସେ "ହଇହୋ ଶୁଣୁଛ"

ଡାକକୁ ଏବେ କରେ ହାସ୍ୟାସ୍ପଦ ।


ଆଜିକାଲି ଯୁବପିଢ଼ି ଙ୍କର

ରଙ୍ଗୀନ ହୃଦୟ ଭରେ ଏବେ

ଡିଜେ ର ତାଳେ ତାଳେ ଝୁମିବାରେ

ନାଇଟ୍ କ୍ଲବ ହେଉ କିମ୍ବା

ପଞ୍ଚତାରକା ହୋଟେଲର ସୁକୋମଳ ଶେଯେ ।


ରଙ୍ଗୀନ ହୃଦୟ ଦିଆ ନିଆ

ଉପହାର ଦିଆ ମାଳ ମାଳ

ଲିଭଇନ୍ ରେ ରହି କଟାନ୍ତି ସମୟ

ଫୁଲରୁ ମଧୁ ଶୋଷି ଭ୍ରମର ଉଡିଯାଏ

ରଙ୍ଗୀନ ହୃଦୟ ପୁଣି ହୋଇଯାଏ ଦୁଇଫାଳ ।


ଉଦ୍ ଭ୍ରାନ୍ତ ମଧ୍ୟାହ୍ନର ତାତି 

ଜାଳି ଦିଏ କେତେ ପାଦ ଚିହ୍ନ 

ଅସରାଏ ପହିଲି ଵରଷା 

ସଜାଡ଼ି ଦିଅଇ ବି ମାଟିର ଅଗଣା 

ସବୁ ଦୃଶ୍ୟ ପ୍ରେମ ନୁହେଁ ସବୁ ରଙ୍ଗୀନ ହୃଦୟରେ

କେବେବି ରଙ୍ଗ ଭରି ନଥାଏ

ତା ଭିତରେ ଥାଏ ଲୁଚି କେତେ ପ୍ରତାରଣା 

ଆକର୍ଷଣ ନୁହେଁ ଗୋଟେ ମଧୁର ମୂର୍ଚ୍ଛନା 

କେଵେ କେବେ ଭାଙ୍ଗି ଦିଏ 

ସମ୍ପର୍କିର ଗାଢ଼ ନୀରବତା ଦେଇଯାଏ ଅନେକ ଯାତନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance