ସାହିତ୍ୟ ମଗ୍ନା
ସାହିତ୍ୟ ମଗ୍ନା
ମଗ୍ନ ମଣିଷ ଟିଏ ମୁଁ
ସଦା ମଗ୍ନ ଥାଏ ମୋର
କର୍ମ କରିବାରେ
ସଂସାର ର ମାୟା ଭିତରୁ
କେବେ ଟିକେ ସମୟ ମିଳିଲେ
ମୁଁ ହଜିଯାଏ କେବେ ପ୍ରକୃତି ଭିତରେ ତ
ପୁଣି କେବେ ମଗ୍ନ ହୋଇଯାଏ
ଆଜେ ବାଜେ କବିତା କିମ୍ବା କାହାଣୀ ଲେଖାରେ
ଅସ୍ତ ବ୍ୟସ୍ତ ଏ ଜୀବନ ସାରଣୀ ରେ
ଅସ୍ତ ବ୍ୟସ୍ତ କରିଦିଅନ୍ତି
ମସ୍ତିଷ୍କ ରେ ମୋର ଶବ୍ଦ ମାଳ ମାଳ
ମୁଁ ମଗ୍ନ ହୋଇଯାଏ ଗୋଟି ଗୋଟି କରି
ଯୋଡିବାରେ ତାଙ୍କୁ
ସରିଯାଏ କେତେବେଳେ ବେଳ
ଗୋଟି ଗୋଟି କରି ତାଙ୍କୁ ସଜାଇ ଦିଏ
ମୁଁ ସାଧା କାଗଜ ପୃଷ୍ଠାରେ
ଭାବର ଚିରୁଣିରେ କରି କେଶ ବିନ୍ୟାଶ
ଟେକି ଦିଏ ମୋର ପ୍ରୀୟ ପାଠକ ହାତରେ
ମଗ୍ନ ହୋଇ ତୋଳି ନାହିଁ ଗୋଲାପ ଟେ
କି'ଵା ଭିଜି ନାହିଁ ବିଭୋର ସଂଜରେ
ଯେଉଁଠି ଠିଆ ହୋଇ ଦେଖି ଥିଲି
ସେ ରୁପେଲି ଜହ୍ନ
ସେଇଠି ପୁଞ୍ଜିଭୂତ ଏଵେ , ମୂର୍ଚ୍ଛିତ ଅନ୍ଧାର
କେତେ ଥର ରୁଣୁଝୁଣୁ କରିଛି ପାଉଁଜି
କେଉଁ ଶବ୍ଦ ଭିଡ଼ରେ ଵା 'ଶୁଭିଲାନି କିଛି
ମୁଁ ସଜାଏ ଖାଲି ସାଧା କାଗଜକୁ
ଆଙ୍କି ଦିଏ ଦୂର ନଈ ପଠା
ଝରୁଥାଏ ସତ ସତିକା, ପ୍ରୀତି ର ଧାର
ସତେ ଅ'ଵା ଭାସିଯାଏ ବିରାଟ ଶୂନ୍ୟତା
କେବେ ମିଳେ ପୁରସ୍କାର
କେବେ ତିରସ୍କାର
ସେପ୍ରତି କେବେହେଲେ
ନଥାଏ ମୋ ନଜର
ମୋପାଇଁ ସଦାମୋର ପାଠକ ହିଁ ଈଶ୍ୱର
ସାହିତ୍ୟ ମଗ୍ନା ମୁଁ ସଦା
ସାହିତ୍ୟ ହିଁ ମୋର ଜୀବନ ଆଧାର
ଚାହିଁ ନାହିଁ କେବେ ଯଶ , ପ୍ରତିପତି
ପାଠକଙ୍କ ମତାମତ ମୋପାଇଁ ପୁରସ୍କାର ।