Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ଚା କପେରୁ ସକାଳ ଆରମ୍ଭ

ଚା କପେରୁ ସକାଳ ଆରମ୍ଭ

1 min
396


ବୋଉଲୋ,

ଏବେ ଆଉ ସକାଳର ଆରମ୍ଭ ହଉନି

ତୋ' ହାତ ତିଆରି ମହମହ ବାସୁଥିବା

ଗୋଟିଏ କପ୍ ଚା' ଗ୍ଲାସ ରୁ

ଏବେ ଆଉ କେହି ଚଦର କାଢି କହୁନି

ଏଇ ନେ ଅଦା ଛେଚା ଗରମ ଗରମ ଚା କପ୍

କେହି ଆଉ କହୁନି , ଏଇ ନେ ଚା

ଉଷୁମ ଉଷୁମ ପିଇଦେଲେ ନିଦ ଯିବ ଛାଡି……


ବୋଉଲୋ,

ଆଉଟିକେ ଫର୍ଚ୍ଚା କର

ଦର ଆଉଜା ହୃଦୟକୁ ତୋ'ର

ବରଂ ଫେରେଇନେ ସବୁତକ

କୁହୁକ ତୁଷାର ସକାଳ ସବୁକୁ

ଖାଲି ଟିକେ ଦେ ମୋତେ ଉଷୁମ ଚା ଟିକେ

ଆଉ ତୋ' ପଣତର ସେହି ମହମହ ବାସ୍ନା ରେ

ପୋଛି ଦେବି ମୁହଁକୁ ମୋର

ଆରମ୍ଭ କରିବି ନୂଆ ସକାଳ ଟିଏ

ତୁ ଜାଣୁ କି ନ ଜାଣୁ

ଏଠି ହୃଦୟ ବି ଜଳବନ୍ଦୀ ତୋ' ସ୍ମୃତି ସହରରେ……


ବୋଉଲୋ,

ଏବେ ଆଉ ସକାଳ ଆସୁନି

ତୋର ନାଲି ଚାହା ବାସ୍ନା କିମ୍ବା

ଗୀତା ଭାଗବତ ସ୍ୱରରେ

ଏବେତ ସକାଳ ହେଉଛି ଚାଓମିନ୍ ଆଉ

ଯେତେତେ ସବୁ ଫାଷ୍ଟଫୁଡ୍ ବାସ୍ନାରେ…


ବୋଉଲୋ,

ଏବେ ଆଉ ସକାଳ ହେଉନି

ମହଣେ ଓଜନ ବହିବସ୍ତାନୀ ବୋଝରେ

ସକାଳ ଚା'ରେ ମୁଢୀ ବତୁରେଇ

ନିଦରେ ଢୁଳୋଉ ଢୁଳୋଉ

ତତେ ଶୁଭିଲା ଭଳି ଦୁଇକେ ଦୁଇ 

ଦୁଇ ଦୁଗୁଣେ ଚାରି ଡାକି ଡାକି ପାଠ ପଢିବାରେ……।।



Rate this content
Log in