କାଠ କଣ୍ଢେଇ
କାଠ କଣ୍ଢେଇ
ନିଜ ଶରୀରର ବିନ୍ଧାଣି ତୁହିରେ
ତୁହି ମୋ କଳା ଠାକୁର
କାଠ କଣ୍ଢେଇ ଟି ଦେହଟି ତୋହର
ମୁଖେ ନାଲି ହସଧାର ।
ଅପରୂପ ତୋର ସୌନ୍ଦର୍ଯ୍ୟ ର କଳା
ଆଖି କେବେ ଫେରେ ନାହିଁ
ଯେତେ ଦେଖିଲେବି କଳା ମୁହଁକୁ ତୋ
ତୃଷ୍ଣା କେବେ ମେଣ୍ଟେ ନାହିଁ ।
ଚକା ଚକା ଆଖି କାଠ କଣ୍ଢେଇଟେ
ନିର୍ଲିପ୍ତ ତୋର ଚାହାଣୀ
କେ କରି ପାରିବ ତୋର ପ୍ରତିମୂର୍ତ୍ତି
ନିଜେ ହେଲୁ ନିଜ ବିନ୍ଧାଣି ।
କାଳିଆ ମୁହଁରେ ନାଲି ହସଧାରେ
ଭାରି ଲାଗେ ମନଲୋଭା
ରତ୍ନ ସିଂହାସନେ ବସି ଥାଉ ସଦା
ବଢାଇ ଶ୍ରୀମନ୍ଦିର ଶୋଭା ।
ଭୂଜକୁ ଏମିତି ଗଢି ତୁ ଦେଇଛୁ
କୋଳେଇ ନେବୁ ଭକତେ
ତୋ'ପରି କାଠ କଣ୍ଢେଇଟେ କହ
ଦେଖିଛି କିଏ ଜଗତେ !
ବରଷକ ବାରମାସ ଲୀଳା ତୋର
ଦେଖେ ଏ ସାରା ସଂସାର
କାହାକୁ ହସାଉ କାହାକୁ କନ୍ଦାଉଁ
କି ବିଚିତ୍ର ଲୀଳା ତୋହର ।।