STORYMIRROR

Mamatamanjari Das

Romance

4  

Mamatamanjari Das

Romance

ସମୁଦ୍ର କୂଳେ

ସମୁଦ୍ର କୂଳେ

1 min
32

ଆ ଆମେ ବସିବା ସମୁଦ୍ର କୂଳରେ

ବାଲିରେ ଲେଖିବା ଆମ ନାଁ

ଅଢ଼େଇ ଦିନର ଏଇତ ଜୀବନ

ଖେଳିବା, ବୁଲିବା, ମସ୍ତି କରିବା

ଜୀବନକୁ ଜିଇଁବା ଆମେ

ଆସୁଥାଉ ଜୀବନରେ ଯେତେ ଝଡ ବାଆ…।


ଅତୀତର ଇତିହାସ ପରେ

ନୂଆ ହୋଇ ଆମେ ଯେତେ

ନିଃସ୍ୱ ନିଷ୍କଳଙ୍କ

ପୁରୁଣା ପାରଣା ଛାଡି

ଚାଲ ସବୁ ଡେଇଁ ଯିବା

ଯେତେ ଦୁଃଖ ଛାଡି ଯେତେ ପାପ ପଙ୍କ......।


ହାତରେ ମିଳାଇ ହାତ

ଆସ ପ୍ରିୟା ଚାଲିଯିବା ଦୁଇ ପାଦ

ଶତାବ୍ଦୀର ବନ୍ଧ ଡେଇଁ

ମନେ ଭରି ଆଗ୍ରହର ଅନନ୍ତ ନୀଳିମା....

ସ୍ୱାଗତ କରିବା ମିଶି ଲହରୀ ମାଳକୁ

ଯାଉ ଲିଭି ଏ ଧରା ରୁ

ଅଥାହ କାଳିମା.....।


ହେ ଲହରୀ ଆସ ତୁମେ

ତୁମ ପବିତ୍ର ସ୍ପର୍ଶ ରେ ଧୋଇଦିଅ

ଦୁଇ ଶୁନ୍ୟ ଦୁଇ ତିନି ଅଙ୍କ

ଆସ ତମେ ଉଷ୍ମ ନିଶ୍ୱାସ ନେଇ

ଭରିଦିଅ ଦୁଇ ଶୂନ୍ୟ ଦୁଇ ଚାରି

ମନେ ଭରି ନବୀନ ଉନ୍ମେଷ.....

ଫଗୁଣ ଆସୁଚି କାଲି

ଶୀତ ବାନ୍ଧୁଚି ବିଛଣା

ଆଖିରେ ଆଖିରେ ଲେଖି ଖିଅ ଖିଅ ହସ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance