Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ଗୁରୁ

ଗୁରୁ

1 min
205


ଜୀବନ ଜଞ୍ଜାଳ ବଡ ବିଷମୟ

ଚାଲିଛି ମୁଁ ଏକା ଏକା

ବିପଦେ ଆପଦେ ସବୁ ସମୟରେ

ତୁମେ ମୋର ବନ୍ଧୁ ସଖା ।


ତୁମ ଛଡା ଏହି ଦୁନିଆ ଦାଣ୍ଡରେ

ନାହିଁ କେହି ଆପଣାର

ତୁମେହିଁ ଭରିଛ ଫୁଲରେ ଫଗୁଣ

ଆତ୍ମ ଶକ୍ତି ଏ ମନର ।


ସବୁ ସ୍ଥାନେ ଦିଶେ ତୁମ ପ୍ରତିଛବି

ଅତୁଟ ବିଶ୍ୱାସ ତୁମ ଠାରେ

ହାରିଥିବା ବାଜି ଜିତି ଯାଇ ଥାଏ

ଯେବେବି ତୁମକୁ ସ୍ମରେ ।


ଏକୁଟିଆ ରାସ୍ତା ଲାଗେନାହିଁ କେବେ

ତୁମେ ଥାଅ ଛାଇପରି

କଣ୍ଟକ ଆଘାତେ କ୍ଷତ ହେଲେ ପାଦ

ଉଠାଇ ନିଅ ହାତ ଧରି ।


ତୁମ ନାମ ରସ ଅମୃତ ପିୟୁସକୁ

ଯିଏ ନିତ୍ୟ ପିଉଥାଏ

ଏକୁଟିଆ ରାସ୍ତା ଲେଗେନାହିଁ ତାକୁ

ତୁମ ସତ୍ତା ଅନୁଭବେ ଥାଏ ।


କିଛି ନାହିଁ ଏହି ମଣିଷ ଜୀବନ

ଆଜି ଅଛି କାଲି ନାହିଁ 

ଯେତେ ଦିନ ତୁମ ଦୟା ରହିଥିବ

ବଞ୍ଚିବାର ରାହା ଥାଏ।



Rate this content
Log in