STORYMIRROR

Mamatamanjari Das

Classics Others

4  

Mamatamanjari Das

Classics Others

ମୋ ଆତ୍ମା ନନ୍ଦିଘୋଷେ ତୁମେ ଠାକୁର

ମୋ ଆତ୍ମା ନନ୍ଦିଘୋଷେ ତୁମେ ଠାକୁର

1 min
270

       

ଅନେକ ଭାବର ବନ୍ଧନ ଏ ଆତ୍ମା

ଅନେକ ସେତୁର ବନ୍ଧ

ଅନେକ ଜ୍ଞାନର ପରିସୀମା ଆତ୍ମା

ସ୍ରଷ୍ଟା ଅବଦାନ ସିଦ୍ଧ।

ରତ୍ନ ସିଂହାସନେ ବସିଅଛ ପ୍ରଭୁହେ

ମୁଁ ପାରୁନି ଦେଖି ଯାଇ

ଆତ୍ମା ନନ୍ଦିଘୋଷେ ରଖିଛି ତୁମକୁ

ନିତି ଅନୁଭବ କରେ ହିଁ।

ଭାବର ଦଉଡି ଭିଡି ମୁଁ ଧରିଛି

ହୃଦକୁ କରି ବଡଦାଣ୍ଡ

ଆତ୍ମା ସମର୍ପିତ ତୁମ ଚରଣ ରେ

ଭକ୍ତି ଭାବେ ନୁଏଁ ମୁଣ୍ଡ।

ଫଟୋକୁ ଚନ୍ଦନ ଚର୍ଚ୍ଚିତ କରି ମୁଁ

ଗୁନ୍ଥିଛି ଗଜରା ମାଳ

ଲମ୍ବାଇ ଦେଇଛି ଭକ୍ତି ମାନସରେ

ଆଖି କରି ଛଳଛଳ।

ଅନେକ ବ୍ୟଞ୍ଜନ କରିଛି ପ୍ରସ୍ତୁତ

ଯେଉଁ ଖାଦ୍ୟରେ ସନ୍ତୁଷ୍ଟି

ତୃପ୍ତିକର ଖାଦ୍ୟ ଖାଇବ ଠାକୁରେ

ଟିକେ ପକାଇବ ଦିବ୍ୟଦୃଷ୍ଟି।

ଷଢରିପୁ ତୁମେ ଲମ୍ବାଇ ଦେଇଛ

କରି ମୋ ଗଳାର ମାଳ

ତୁମ ଚରଣରେ ସମର୍ପି ଦେଇ ମୁଁ

ଭାବରେ ହୋଇଛି ଭୋଳ।

ନୈତିକ ଭାବକୁ ଦଉଡିରେ ବାନ୍ଧି

ଟାଣୁଛି ମୁଁ ନିତି ରଥ ଦଉଡି

ଶାନ୍ତି ସୌହାର୍ଦ୍ଦ୍ୟର ବାର୍ତ୍ତା ମୋ ଓଠରେ

ଜୀବନ ରଥ ଚାଲେ ଗଡି ଗଡି।

ଆତ୍ମା ନନ୍ଦିଘୋଷେ ବିଜେ ଜଗନ୍ନାଥ

ମୋ ହୃଦୟ ହୃଦୟେଶ୍ବର

ତୁମ ନିର୍ଦ୍ଦେଶରେ ଚାଳିତ ଜୀବନ

ମନ ରହୁ ସଦା ତୁମ ପୟର ।



Rate this content
Log in

Similar oriya poem from Classics