STORYMIRROR

Ranjit Sahu

Classics Inspirational Others

3  

Ranjit Sahu

Classics Inspirational Others

ଇତିହାସର ପୁନଃ ଅଧ୍ୟୟନ

ଇତିହାସର ପୁନଃ ଅଧ୍ୟୟନ

1 min
112

ଆଗାମୀ କାଲିକୁ ଗଢିବାକୁ ହେଲେ,

ବୁଝିବାକୁ ହୁଏ ବିଗତ କାଲି,

ସତ୍ୟ ଅସତ୍ୟର ପାର୍ଥକ୍ୟ ନ ଜାଣି,

ସତପଥରେ ହୁଏନାହିଁ ଚାଲି I 

ସତ୍ୟକୁ ଲୁଚେଇ ମିଥ୍ୟା ସବୁ ସତ୍ୟ,

ବୋଲି ଲେଖି ପାରେ କଲମ ସିନା,

ମିଥ୍ୟାର କାଳିମା ଚିରଦିନ କେବେ,

ସତ୍ୟ ରୂପ ନେଇ ରହି ପାରେନା I 

ସତ୍ୟର ନାମରେ ମିଥ୍ୟାର ପ୍ରଚାର,

କରେ ସିନା ଧୂର୍ତ୍ତ ନିଜ ସ୍ଵାର୍ଥରେ,

ନିଶ୍ଚୟ ଧର୍ମର ଜୟ ହୁଏ ଦିନେ,

ଲଢେ ଯଦି ବୀର ପରମାର୍ଥରେ I 

ଲଢ଼ିବାକୁ ହୁଏ ତେଣୁ ଧରି ଧନୁ,

କର୍ମହୀନ ହୋଇ ମିଳେନି ଜୟ,

ଧର୍ମ ଲାଗି କର୍ମ କରେ କର୍ମବୀର,

ବାକ ଚାତୁରୀର ରଖେନି ଳୟ I 

ନିଜ ଭବିଷ୍ୟତ ନିଜ ହାତେ ଥାଏ,

କର୍ମ ଯୋଗେ ଚାଲେ ଏହି ସଂସାର,

"ସତ୍ୟକୁ ଆଦରି ଧର୍ମର ପଥରେ,

ଚାଲିବାକୁ ହୁଏ " ଗୀତାର ସାର I 

ତେଣୁ ଖୋଜ ଆଗେ ନିଜର ଅତୀତ,

ରଖ ରୁଚି ନିଜ ଇତିହାସରେ,

ନତୁବା ମିଛକୁ ଧୂର୍ତ୍ତ ପରଷିବ,

ତୁମକୁ ତୁମ ସତ୍ୟର ବେଶରେ I 

ଯେ ଯାଏଁ ବୁଝିନ ପ୍ରକୃତ ଅତୀତ,

ଦୁନିଆଁ ଖେଳିବ ତାହାର ଖେଳ, 

ଇତିହାସ ପୃଷ୍ଠା ପୁନଃ ଖୋଲି ଦେଖ,

ଭବିଷ୍ୟତକୁ ଦେଖିବାର ବେଳ ! 


Rate this content
Log in

Similar oriya poem from Classics