STORYMIRROR

Satyabati Swain

Classics

3  

Satyabati Swain

Classics

ଫେରିବାର ରାସ୍ତା ବନ୍ଦ

ଫେରିବାର ରାସ୍ତା ବନ୍ଦ

1 min
193

ଭୂଇଁ ଛୁଇଁଲି

ଛୁଇଁଲି ତୋ ଛାତି

ରଗଡ଼ିଲି

ଠୋପେ ଅମୃତ ପାଇଁ

ସେବେଠୁ ସଂଘର୍ଷ କଲି

ବଞ୍ଚିବା ପାଇଁ

ତୋ ଛାତିରୁ କିନ୍ତୁ ଝରୁ ନଥିଲା ଅମୃତ

ଶୁଖା ଖଡ୍ ଖଡ୍ ତୋ ଛାତି

ସେମାନେ ଛାଡି ନାହାନ୍ତି

ବୁନ୍ଦେ ଜୀଇଁବା ଭୋକ

ତୁ ଖାଇ ନାହୁଁ

କେଜାଣି କେବେଠୁ ?

ତଥାପି

ମୋତେ ତୁ ଚାପି ଧରି ତୋ ଛାତିରେ

କହିଲୁ

ସକାଳ ହେବାକୁ ଆହୁରି କେତେ ସମୟ

ବାକି ଅଛି ଧନ

ଶୋଇପଡ

ଭୋକିଲା ପେଟରେ

ମୋ ଛାତି ନିଃଶ୍ୱାସ ହେଉ

ତୋ ସଂଜୀବନୀ।


ଚାଲି ଶିଖିଲି

ତୋ ଛାତିରେ ଭାରି ଭାରି ପାଦ ପକେଇ

ତୁ ଟିଆରିଲୁ ମୋତେ

ଭୋକ ହିନ ପୃଥିବୀର

ବାଦଶାହା ହେବା ପାଇଁ

ମୁଁ କେଉଁ ଶୁଣିଲି ନା ମାନିଲି ତୋ କଥା!

ଦୌଡ଼ିଲି ଭୋକ ପାଖକୁ

ଭୋକ ଖାଇବାକୁ।


ଏବେ ଚାଲିବା ଛାଡି ଦୌଡୁଛି ମୁଁ

ତୋ ଛାତି ପୃଥିବୀ ଠାରୁ

ଢେର୍ ଦୁରେ

ଭୋକ ମୋତେ ଖାଇ ଦେଲାଣି

ଫେରିବାର ରାସ୍ତା ବନ୍ଦ

ତୋ ସଂଜୀବନୀ

ଲୋଡ଼ା ମୋର

କିନ୍ତୁ ତୁ କୁଆଡେ !


ବାସ୍ ! ସେବେଠୁ ଖୋଜୁଛି ତୋତେ

ରାଜମାତା

ତୋ ଭୋକ ସମ୍ରାଟ

ଯେତେ ସବୁ ଅନ୍ୟାୟ ଆନ୍ଧାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics