STORYMIRROR

Pramodini Parichha

Classics

3  

Pramodini Parichha

Classics

ଭାବରେ ଭାବରେ-୨

ଭାବରେ ଭାବରେ-୨

1 min
157

ଉତ୍କଳର ତୁମେ

    ଆରାଧ୍ୟ ଦେବତା

       ମହାପ୍ରଭୁ ଜଗନ୍ନାଥ

ନାହିଁ ତୁମ ଆଦି

    ନାହିଁ ତୁମ ଅନ୍ତ

       ତୁମେ ଅନାଥର ନାଥ ।।


ଭକତ ପାଇଁକି

    ଖୋଲା ରଖିଅଛ

        ତୁମରି ସିଂହ ଦୁଆର

ଭାଇ ଭଉଣୀ ଙ୍କୁ

     ସଙ୍ଗତରେ ଘେନି

         ବସିଛ କଳା ଠାକୁର।।


ଲକ୍ଷ୍ମୀ ଠାକୁରାଣୀ

     ତୁମ୍ଭର ଘରଣୀ

       ଅଭୟ ଯାଚି ଦିଅନ୍ତି 

ଧନ ଧାନ୍ୟ ଭରା

    ହୁଏ ଏ ଜଗତ

       ଭକ୍ତ ନିତି ପୂଜୁଥାନ୍ତି।।


ଷାଠିଏ ପଉଟି

   ଭୋଗ ହୁଏ ଲୋଡା

      କେବଳ ତୁମରି ପାଇଁ

ଖାଇଲେ ବୋହିଲେ

     ନସରେ ଦରବ

       ଆଜ୍ଞା ନୀଳାଚଳ ସାଇଁ ।।


ନାହିଁ ଜାତି ପତି

    ତୁମରି ଦୁଆରେ

       ସଭିଏଁ ସମାନ ଏଠି

ବରଷକେ ଥରେ

   ରଥ ଯାତରାରେ

      ଭକ୍ତକୁ ଆସନ୍ତି ଭେଟି ।।


ମହିମା ତାଙ୍କର

    କେ ପାରିବ କଳି

     ସେତ ଜଗତ ଠାକୁର

ତାଙ୍କ ପାଦପଦ୍ମେ

    ପଶିଲି ଶରଣ

       ଏ ଭବରୁ ପାରିକର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics