ଶିଶୁ ଓ ସମାଜ
ଶିଶୁ ଓ ସମାଜ
ଶିଶୁ କୋଳାହଳ ଗାଆଁ ଗହଳିର,ଚାଟଶାଳୀ ବାଟେ, ସଞ୍ଜ ସକାଳେ, ନିରୀହ ମନର ସୁଖୀ ଜୀବନର,ଛବିଟିଏ ଶିଳ୍ପୀ ତୂଳୀରୁ ଢାଳେ I
ଶିଶୁର ଆଖିରେ ରେ ଆଗାମୀ କାଲିର, ସ୍ଵପ୍ନ ଦେଖିଥାଏ ନର ସମାଜ,
ତାହାର ସୁରକ୍ଷା ଜୀବନର ରକ୍ଷା,ସମାଜର ଲାଗି ପ୍ରଥମ କାଜ I
କାହ୍ନIର ହସରେ ହସୁଥିଲା ଗୋପ,ତାହାର ଦୁଃଖରେ ହୋଇଣ ଦୁଃଖୀ,
ଅଯୋଧ୍ୟା ରାମଙ୍କ ଚାଲିରେ ମୋହିତ,ହେଉଥିଲା ତାଙ୍କ ହସରେ ସୁଖୀ !
ରାଜ୍ୟ ହେଉ ଅବା ସହର କି ଗାଆଁ, ସବୁ ଯୁଗରେ ଏହା ସତ୍ୟ ପରା,
ଶିଶୁର ହସରେ ହସଇ ସଂସାର,
ଶିଶୁ କ୍ରନ୍ଦନରେ କାନ୍ଦଇ ଧରା I