ଖରାଦିନିଆ ଗପସପ
ଖରାଦିନିଆ ଗପସପ
ଖରା ଦିନ ହେଲେ ଫେରି ଆସେ ସବୁ ,ଅଭୁଲା ସ୍ମୃତି ବାଳୁତ ଦିନର,ବଳି ପଡିଥିବା ଗାଆଁ ଆମ୍ବ ତୋଟା,ଶୀତଳ ଛାଇ ବଉଳ ବନର I
ଜଳେ ଯେବେ ମାଟି ରବିର କିରଣେ,ଶୁଖି ଯାଏ ପୋଖରୀ ଆଉ ନଈ,ଧୂସର ଧୂଳିର ରଙ୍ଗ ଗୋଧୂଳିରେ,ଗୋରୁଙ୍କ ଦେହେ ଯାଏ ମାଖି ହୋଇ !
ଆଜି କିନ୍ତୁ ନାହିଁ ସବୁଜ ବନାନୀ,ନାହିଁ ମଧ୍ୟ କାହିଁ ନଡା ଛପର,ବିଜୁଳୀର ବଳେ ବାତାନୁକୂଳିତ,ହୋଇ ସାରିଲାଣି ରୋଷେଇ ଘର I
ତଥାପି ବାହାରେ ଜଳିଲେ ଧରଣୀ,ବହିଲେ ପ୍ରବଳ ଝାଂଜି ପବନ,ଖରା ବେଳଟାରେ ପ୍ରତି ରବିବାରେ,ଗପସପ ବେଳେ ପଡ଼ି ମନ !
ଅଜାଙ୍କ ମନରେ ଉଙ୍କି ମାରୁଥାଏ, ବରଗଛ ମୂଳେ ଗୀତା ବିଚାର, ଆଈର ସ୍ମୃତିରେ ଆଜିବି ତାହାର, ଅଗଣାରେ ଶୁଖେ ମିଠା ଆଚାର !
