ଅସଲି ହିରୋ
ଅସଲି ହିରୋ
ରୂପେଲି ପରଦା ରଙ୍ଗ ସାଜସଜା,ବାଜେ ଯେବେ ସେଠି ତେଲିଙ୍ଗି ବାଜା,ରାଣୀଟିଏ ଖୋଜି ବନସ୍ତରେ ହଜି,ହିରୋ ସାଜି ଥାଏ ନକଲି ରାଜା I
ମିଛ ମିଛ ତାର ତଲୁଆର ଧରା,ମିଛ ପୁଣି ମୁଷ୍ଟି ଯୁଦ୍ଧ ତାହାର,ଅଭିନୟ କରି ମନୋରଞ୍ଜନ ଲାଗି, ଧାରଣ କରେ ବୀର ଅବତାର I
ଦୁଇ ଘଡ଼ିର ମିଛ ଦୁନିଆଁରୁ,ବାହାରି ଯେବେ ଦର୍ଶକ ଅନାଏ,ନିଜ ଜୀବନର ସତ୍ୟତାକୁ ଦେଖି ଏତିକି ସିଏ ଅନୁଭୂତି ପାଏ I
ସିନେମାର ହିରୋ
ଦୁଇଘଡି ଲାଗି,ଦର୍ଶକଙ୍କ ଠାରୁ ପାଉଣା ନିଏ !ଦେଶ ପାଇଁ ଯିଏ ନିଜ ପ୍ରାଣ ଦିଏ,ଅସଲି ହିରୋ ଜଗତରେ ସିଏ !
