ଗରିବ
ଗରିବ
ଧନୀ କିଏ ଏଠି କିଏ ସେ ଗରିବ,କେଉଁ ମାପ କାଠି ଅଟେ ସଠିକ?ଲାଭ କ୍ଷତି ସହ ଜୀବନ ଚାଲଇ,ସବୁ ମଣିଷ ସାଜନ୍ତି ବଣିକ !
ମଣିଷ ଜୀବନେ ସବୁ ତ ନିଅଣ୍ଟ,ଗରିବ ତେଣୁ ସଭିଏଁ ଏଠାରେ,କିଏ ମାଗି ବୁଲେ ଦୁଇ ମୁଠା ଖୁଦ,କିଏ ମଣି ଲୋଡ଼େ ରହି କୋଠାରେ !
ଧନର ଅଭାବ, ଜନର ଅଭାବ,ଭାଗ୍ୟ ଆଙ୍କେ ଜୀବନ ଜ୍ୟାମିତିରେ,
ତାହାର ପ୍ରଭାବେ ପଥ ଭ୍ରଷ୍ଟ ହୋଇ,ନର ପଥ ଖୋଜେ ରାଜନୀତିରେ I
ସୁଯୋଗର ଯିଏ ମୂଲକୁ ବୁଝିବ,ସମୟର ସାଥେ କାର୍ଯ୍ୟ କରିବ,ଶ୍ରମ ସାଥେ ଯିଏ ସଞ୍ଚୟ ଶିଖିଵ, କାହିଁକି ରହିବ ସିଏ ଗରିବ ?
