କୃଷକ
କୃଷକ
ହେଉ ଘୋର ବର୍ଷା ଅବା ଖରା ତାତି,
ମାଟିର ମହକେ ତା' ଦେହ ବାସେ,
କେବେ ଖାଇ ଥାଏ ସିଏ ନବ ଅନ୍ନ,
କେବେ କାଟେ ଦିନ ସିଏ ଉପାସେ I
ଦେଶର ପୋଷଣ ଯାହାର ହାତରେ,
ଖାଦ୍ୟର ଭଣ୍ଡାର କରେ ଯେ ସୃଷ୍ଟି,
ତାହା ଭରସାରେ କରେ ଦେଶ ଗତି,
ନ ପାଉ ପଛେ ସେ କାହାର ଦୃଷ୍ଟି I
କୃଷି ଓ କୃଷକ ମେରୁଦଣ୍ଡ ସାଜେ,
ଅର୍ଥନୀତି ହେଉ ଅବା ପ୍ରଗତି,
ଦେଶର ହିତର ସୁସ୍ଥ ସମାଜର,
ଗଠନରେ ଅଛି ତାହାର ଗୀତି I
ନିଜର ଶ୍ରମରେ ସ୍ଵାର୍ଥର ବିହୁନେ,
ସଂସାରେ କରେ ସିଏ ଅନ୍ନଦାନ,
ମାଟି ସହ ଖେଳି ଜୀବନକୁ ଗଢେ,
ମାଟିର ସିଏ ଅମୃତ ସନ୍ତାନ !
