STORYMIRROR

Ranjit Sahu

Romance Others

4  

Ranjit Sahu

Romance Others

ବିବାହ

ବିବାହ

1 min
249

ଶଙ୍ଖ ହୁଳହୁଳୀ ବାଇଦ ବାଜଣା,

ସବାରୀ କେବେ ବୋହୁ ଚଢୁଥିଲା,

ଚାଉଳ କଳସ ଏରୁଣ୍ଡି ବନ୍ଧରେ,

ଅଳତା ପାଦ ଘରେ ପଡୁଥିଲା I 


ବିବାହିତା ନାରୀ ବାପାଙ୍କୁ ପାଶୋରି,

ହେଉଥିଲା ପତି ପ୍ରଣୟେ ଛନ୍ଦା,

ଶାଶୁଘର ଲୋକ ସଭିଙ୍କୁ ଆଦରି 

ସପ୍ତପଦୀର ବନ୍ଧନରେ ବନ୍ଧା !


ବଦଳିଛି ସତ ବିବାହର ପ୍ରଥା,

ହୀରା ମୁଦିରେ ଆଜି ପ୍ରେମ ହସେ,

କଚେରୀରେ କେବେ, କେବେ ହୋଟେଲରେ,

ବରମାଳାଟି ବର ଦେହେ ବାସେ !


ହେଉ ହେଉ ଧର୍ମ ହେଉ ଯେଉଁ ରୀତି, 

ଯେଉଁ ଭାଷାରେ ସରୁ ବିଧି କାମ, 

ଦୁଇଟି ଦେହର ମିଳନର ନୁହେଁ 

ଦୁଇଟି ମନର ମିଳନର ନାମ I 


Rate this content
Log in

Similar oriya poem from Romance