STORYMIRROR

Ranjit Sahu

Horror Tragedy Others

4  

Ranjit Sahu

Horror Tragedy Others

ଦୁର୍ଘଟଣା

ଦୁର୍ଘଟଣା

1 min
288

ମୃତ୍ୟୁର ଡାକରେ ନିଶ୍ଚଳ ଶରୀର,

 ବାହନ ଚାଲୁଥାଏ ଅବିରତ, 

ରାସ୍ତାର ମଝିରେ ଶେଷ ପ୍ରଶ୍ଵାସର,

କ୍ଷୀଣ ପ୍ରୟାସରେ ସଂଘର୍ଷରତ I

 କ୍ଷଣରେ ଆରମ୍ଭ କ୍ଷଣକରେ ଶେଷ,

ଜୀବନ ସତେ କେଡେ ଅନିଶ୍ଚିତ !

 ଯେତେ ହେଉ ବିଜ୍ଞ ଯେତେ ଧନବାନ,

ଧରାରେ ଅସ୍ଥାୟୀ ଅଟଇ ନର,  

ଆତଙ୍କିତ ହୁଏ ମନ ମଣିଷର,

ଯେତେ ରଖିଥିଲେ ମନକୁ ସ୍ଥିର ,

 ସମସ୍ତଙ୍କ ଯାତ୍ରା ସରେ ଅକସ୍ମାତ 

ଚଲା ପଥରେ ଦିନେ ଜୀବନର I 

ପ୍ରତିଟି କ୍ଷଣରେ ଭାଗ୍ୟର ଅଙ୍କୁଶ,

ତାହା ଆଦେଶ କିଏ ଭାଙ୍ଗିପାରେ ?

ଜୀବନର ସୀମା ମରଣର କୋଳେ,

ସେ ସୀମା କିଏ ଅବା ଲଙ୍ଘି ପାରେ I 

ଦୁର୍ଘଟଣା କେବେ କାରଣ ବି ସାଜେ, 

ଭଙ୍ଗା ହୃଦୟ ପୁନଃ ଭାଙ୍ଗିବାରେ !


Rate this content
Log in

Similar oriya poem from Horror