ଏକ ଦୁର୍ଘଟଣା
ଏକ ଦୁର୍ଘଟଣା
ମନେ ପଡେ ଏକ ଦୁର୍ଘଟଣା କଥା
ଯାଇ ଅଛି ଯାହା ଘଟି
ତାହାର ପାଇଁକି ମନ ପ୍ରାଣ ମୋର
ହୁଅଇ ନିତି କରତି ।
ଦରିଦ୍ର ଲୋକ ଟେ ଯାଉ ଯାଉ ପଥେ
ସାଥି ରେ ସ୍ତ୍ରୀ ଓ ପିଲା
ଆପଣା ର ଦୁଃଖ ଦାଦନ ଯନ୍ତ୍ରଣା
ଧରି ସେହି ଚାଲି ଥିଲା ।
ଗପୁ ଗପୁ ନିଜ କୋହ ଓ ଯନ୍ତ୍ରଣା
ଝରାଉ ଥାଏ ସେ ଲୁହ
ଆଶ୍ଵାସନା ଦେଇ ମାନବୀୟ ତାର
ସ୍ପନ୍ଦନ ଆଉ ଆଗ୍ରହ ।
ପ୍ରକାଶିତ କରି ତାହାର ଯେ ସ୍ତ୍ରୀ
ବୁଝାଉ ଥାଏ ତାହାକୁ
ଚାଲୁ ଚାଲୁ ପଥେ ଆହା ଅକସ୍ମାତ
ଦୃତ ଗତିରେ ଯାନ କୁ ।
ଚଳାଇ କେ ଆସି ପଛ ପଟୁ ଧକ୍କା
ମାରିବା ଯୋଗୁଁ ନିମିଷେ
ମଧ୍ଯ ରେ ଜୀବନ ହରାଇ ମରଣ
କରି ନେଲା ବରଣ ସେ ।
କେଉଁ ଯାନ କିଏ ତାହାକୁ ମାଡ଼ି ଲା
ଫେରାର ହୋଇ ସେ ଗଲା
ସ୍ତ୍ରୀ ଓ ପିଲାଙ୍କ କାନ୍ଦ ବୋବାଳି ରେ
ସେହି ପଥ ଯେ କମ୍ଫିଲା ।
ସଙ୍ଗେ ସଙ୍ଗେ ବହୁ ଲୋକ ବେଢ଼ି ଯାଇ
ହେଲେ କଥା କୁହା କୁହି
ଦୂରରୁ ସଭିଏଁ ଦେଖୁ ଥାନ୍ତି ଲୋକ
ଜନେ ଜନେ ଆହା କହି ।
ଆପଣା ଆପଣା କରମେ ତତ୍ପର
ଚାଲି ଯାଉ ଥାନ୍ତି ଦୃତେ
କହୁ ଥାଏ କେହି ଆହା କି ଘଟଣା
ଘଟି ଗଲା ଆଚମ୍ବିତେ ।

