STORYMIRROR

Priyabrata Mohanty

Drama Horror Tragedy

4  

Priyabrata Mohanty

Drama Horror Tragedy

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
451

ଗାଁ ଶେଷ ମୁଣ୍ଡେ    ରହିଛି ଗୋଟେ

      ଭଙ୍ଗା ଦଦରା ଘର,

କାହିଁ କେବେ ଠୁଁ    ପଡ଼ିଛି ତାଲା

      ଫିଟିନାହିଁ ତା ଦ୍ୱାର ।।


ବର ଅଶ୍ୱତ୍ଥ    ହୋଇଛି କାଂଥେ

      ମାତିଛି ନାନା ଡ଼ଙ୍କ,

ବେଳ ବୁଡ଼ିଲେ    ଯିବାକୁ ମନା

      ଶୁଭେ କାହାର ଡ଼ାକ ।।


ମନରେ ମୋର    ହେଲା ଉତ୍ସାହ

      ଜାଣିବାକୁ କାରଣ,

ଅଧ ରାତିରେ    ଚାଲି ମୁଁ ଗଲି

      ମାନିଲିନି ବାରଣ ।।


ପହଞ୍ଚି ଯାଇ    ଭାଙ୍ଗିଲି ତାଲା

      ଖୁଲି ଗଲା କବାଟ,

ଶୁଭିଲା ମତେ    କହୁଛି କେହି

      ପଳା ଏଠୁ ମର୍କଟ ।।


ଆରମ୍ଭ କଲି    ମନ୍ତ୍ର ପଢ଼ିବା

      ଧରି ରୁଦ୍ରାକ୍ଷ ମାଳ,

କହିଲି ତାକୁ    ସମ୍ମୁଖେ ଆସ

      ନକରି କିଛି ଆଳ ।।


ରକ୍ତାକ୍ତ ଆଖି    ଜୀର୍ଣ୍ଣ ଶରୀର

      ବିକୃତ ଦିଶେ ମୁଖ,

ଆସି କହିଲା    କଣ ଜାଣିବୁ

      ମନରେ ଭରା ଦୁଃଖ ।।


କୋଠି ନୁହଁ ଏ    ଥିଲା ନଅର

      ଗୁମାସ୍ତଙ୍କ ନିଜ ଘର ,

ଭଲ ମନ୍ଦର    ଥିଲା ଦାୟିତ୍ୱ

      ରଖୁଥାଏ ନଜର ।।


କପଟ କରି    ମାରିଲେ ତାଙ୍କୁ

      ହାତେଇବାକୁ ଘର,

ନର ରାକ୍ଷସ    ଝୁଣି ଖାଇଲେ

      ଶୁଣିଲେନି ଗୁହାର ।।


ପ୍ରତିଶୋଧ ର    ନିଆଁ ଜଳୁଛି

      ଛାଡ଼ିିବିନି କାହାକୁ,

ଆସିବ ଯିଏ    ରାସ୍ତାରେ ମୋର

      ଦେଖିବ ବିନାଶକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama