Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RASMITA GHOSH

Horror

4.0  

RASMITA GHOSH

Horror

ଛାତ୍ରାବାସ ଓ ବର୍ଷାରାତି

ଛାତ୍ରାବାସ ଓ ବର୍ଷାରାତି

4 mins
227


ଏଇତ ଗଲା କାଲି ପରି ଲାଗୁଛି ମୋତେ...ସେଦିନ ବର୍ଷାର ମୂଷଳ ଧାରା ବୋହୁଥାଏ ।ମୁଁ ନୂଆକରି ପି.ଜି ଆଡମିଶନ କରି ହଷ୍ଟେଲ ରେ ରହିବାର ମୋତେ ତିନି ମାସ ରୁ ଉର୍ଦ୍ଧ୍ବ ହୋଇଯାଇଥାଏ । ଏତେ ପ୍ରବଳ ମାତ୍ରାରେ ବର୍ଷା ହେଉଥାଏ ଯେ ସେଦିନ ମେସ୍ ରେ ଖାଇବାକୁ ବି ଡେରି ରେ ଦିଆଯାଇଥିଲା. ମୁଁ ଘରେ ବଉ ବାପାଙ୍କ ସହ ଫୋନ୍ ରେ କଥା ହେଉଥାଏ ବର୍ଷା ଯୋଗୁଁ ମୋବାଇଲ୍ ରେ ନେଟୱର୍କ ର ଅସୁବିଧା ମଧ୍ଯ ହେଉଥିଲା କିଛି ସମୟ ପରେ ଫୋନ୍ କଟିଗଲା ମଧ୍ଯ. ହଷ୍ଟେଲ ରେ ଚାରିଆଡ଼େ ଅନ୍ଧକାର ଆଉ ମୋବାଇଲ୍ ରେ ଏତେ ଚାର୍ଜ ନଥିଲା ଯେ ଲାଇଟ୍ ଜଳେଇ ରାତି ସାରା ରୁମ୍ ଆଲୋକିତ କରିହେବ।ଆଉ ଯେଉଁ ମାନେ ନିଜ ପାଖରେ ମହମବତୀ ରଖିଥିଲେ ସେମାନଙ୍କ ରୁ୍ମ୍ ହିଁ କେବଳ ଝାପ୍ସା ଆଲୋକରେ ଉଦ୍ ଭାସିତ ହେଉଥିଲା ଦୂରରୁ.ତଥାପି ଫୋନ୍ ରଖିଦେଇ ମୁଁ ଆଉ ମୋ ରୁମ୍ ମେଟ୍ ମାନେ ମେସ୍ କୁ ଗଲୁ ଖାଇବା ଆଣିବା ପାଇଁ ।ଗୋଟେ ରୁମ୍ ରେ ଚାରିଜଣ ଲେଖାଏଁ ରହିବାକୁ ଦିଆଯାଉଥିଲା ସ୍ନାତକୋତ୍ତରର ପ୍ରଥମ ବର୍ଷର ଛାତ୍ର ମାନଙ୍କୁ ଆଉ ଦ୍ୱିତୀୟ ବର୍ଷ ରେ ଦୁଇଜଣିଆ ରହିବାର ସୁବିଧା ଦିଆଯାଉଥିଲା। ଆମର ପ୍ରଥମ ବର୍ଷ ଯେହେତୁ ଆମ ଛାତ୍ରାବାସ ରେ ଆମେ ମଧ୍ଯ ଆମ ରୁମ୍ ରେ ଚାରିଜଣ ରହୁଥିଲୁ -ସିନୁ , ମାନୀ, ରଶ୍ମିନ୍ ଆଉ ମୁଁ । ଗୋଟେ ବଡ଼ ବ୍ଯାଟେରୀ ଦିଆ ଟର୍ଚ୍ଚ ଆଲୁଅ ରେ ଆମ ମେସ୍ ଭାଇନା ଆଉ ନାନୀ ମାନେ ଖାଇବା ବାଢୁଥିଲେ ଆମେ ମଧ୍ଯ ଧାଡ଼ି ବାନ୍ଧି ଖାଇବା ଆଣିଲୁ। ବର୍ଷା ଯୋଗୁଁ ସେଦିନ କେବଳ ଭାତ ଡାଲି ଆଉ ଗୋଟେ ଘାଣ୍ଟ ହୋଇଥିଲା ତଥାପି ମୁଁ ଆଉ ମୋ ରୁମ୍ ମେଟ୍ ହସଖୁସିରେ ଖାଇଦେଇ ଶୋଇବାକୁ ଯାଉଥିଲୁ ସେଥିମଧ୍ୟରେ ଆମେ ଅନେକ ସମୟ ଗପସପ କଲୁ ମୋର ସ୍ନାତକୋତ୍ତର ଓଡ଼ିଆ ବିଷୟ ରେ ନେଇଥିବାରୁ ସେମାନେ ମୋଠୁ କବିତା ଗପ ଶୁଣିବାର ବହୁତ ଆଗ୍ରହ ପ୍ରକାଶ କରନ୍ତି ମୁଁ ମଧ୍ଯ ମୋ ପ୍ରିୟ କବିତା ଗପ ଗୁଡିକ ଶୁଣାଏ ସେଦିନ ମୁଁ ମୋ 'ଜହ୍ନ ଆଉ ସ୍ୱପ୍ନ' କବିତା ଶୁଣଉଥାଏଆମର ଟିକେ ନିରବରେ ଯେମିତି ସବୁ ନୀରବ ଆଉ ଶୂନ୍ ସାନ୍ ଯେମିତି ସମସ୍ତେ ଶୋଇଲେଣି ଦିନ ଯାକର ନିର୍ଧୁମ୍ ବର୍ଷାର ଦାଉରେ ଅତିଷ୍ଠ ହୋଇ। ଅନେକ ସମୟ ଗପସପ ପରେ ସୀନୁ ବାର୍ଥରୁମ୍ ଯିବାକୁ ବାହାରିଲା ସେ ଏତେ ଅନ୍ଧକାର ରେ ଏକା ଯିବାକୁ ଭୟ କଲା ସେଥିପାଇଁ ମୁଁ ତା ସହ ଗଲି । ବାର୍ଥରୁମ୍ ଯିବା ବେଳେ ସମସ୍ତ ରୁମ୍ ଅତିକ୍ରମ କରି ଯିବାକୁ ହୁଏ କାହିଁକି ନା ଆମ ରୁମ୍ ସବା ଶେଷ ମୁଣ୍ଡ ରେ ଥାଏ। ସୀନୁ ଆଗେ ଆଗେ ଆଉ ମୁଁ ତା ପଛେ ପଛେ ଯାଉଥାଏ ପ୍ରାୟତଃ ସମସ୍ତଙ୍କ ରୁମ୍ ବନ୍ଦ ଆଉ ଚାରିଆଡ଼େ ଖାଲି ଅନ୍ଧାର। ହଷ୍ଟେଲ ର ଏତେ ଦିନ ଭିତରେ ଏମିତି ଅନୁଭୂତି ନୂଆ ନିଶ୍ଚୟ..କଥାରେ ଅଛି ଯେତେବେଳେ ମଣିଷ ଡଙ୍ଗା ରେ ବସେ ସେତେବେଳେ ତା ମନରେ ବୁଡିଯିବାର ଭାବନା ଆଉ ଭୟ ବ୍ୟତୀତ କିଛି ହୁଏତ ନଥାଏ ତାର ବିଶାଳ ଭାବନା ରାଇଜରେ ଠିକ୍ ସେମିତି ମୋ ମନରେ ଭୂତ ପ୍ରେତ ପିଶାଚ ବ୍ଯତୀତ ଆଉ କିଛି ଭାବନା ମରିଯାଇଥାଏ ଯେମିତି ମୋ ମନ ଭିତରେ, କିନ୍ତୁ ମୋ ଠୁ ସୀନୁ ଆହୁରି ଡରେଇ ତେଣୁକରି ମୁଁ ମୋ ମନର ଭାବନା ମନ ଭିତରେ ହିଁ ସାଇତିବା ଉଚିତ୍ ମନେ କଲି ତା ପରେ ଆମେ ସେଇ ବାର୍ଥରୁମ୍ ର ପାଖକୁ ଲାଗିଥିବା ରୁମ୍ ପାଖାପାଖି ହେଲୁ କେଜାଣି କାହିଁକି ସେଇଠି ପହଞ୍ଚିବା ମାତ୍ରେ ମୋ ଡର ଆହୁରି ବଢ଼ି ଗଲା ତୀବ୍ର ଗତିରେ ହ୍ରୁଦୟର ସ୍ପନ୍ଦନ ବଢ଼ୁଥିଲା ସେଇ ସମୟରେ । କିଛି ଦିନ ତଳେ ମୋର ଜଣେ ସିନିୟର ଦିଦିଙ୍କୁ ଏ ରୁମ୍ ଟି ସବୁଦିନ ବନ୍ଦ ରହିବାର କାରଣ ପଚାରିବାରୁ ସେ କହିଥିଲେ କି କାଳେ ଦୁଇ ତିନି ବର୍ଷ ପୂର୍ବେ ଏଇ ରୁମ୍ ରେ ଗୋଟେ ଝିଅଟେ ଦଉଡ଼ି ଲଗେଇ ମରିଯାଇଥିଲା ତାପରେ ଯିଏ ବି ସେ ରୁମ୍ ରେ ରହିଲା ସେ ଝିଅ ର ଭୂତ ରଖେଇ ଦିଏନି ବିକଟାଳ ଶବ୍ଦ କରେ ପ୍ରତ୍ୟେକ ରାତିରେ । ମୁଁ ସେଦିନ ର କଥାକୁ ସେହି ଦିନ ହିଁ ଭୁଲିଯାଇଥିଲି କିନ୍ତୁ କେଜାଣି କାହିଁକି ସେଇ ସମୟରେ ସେ କଥାଟି ମନର ଗହୀର ଭିତରେ ବାରମ୍ବାର ଆବ୍ରୁତି କରୁଥିଲା । ମୁଁ ବହୁ କଷ୍ଟ ରେ ଆଖି ବନ୍ଦ କରି ପାର ହେଇଗଲି କିନ୍ତୁ ବାର୍ଥରୁମ୍ ର ବାହାରେ ମୁଁ ସୀନୁ କୁ ବାର୍ ବାର୍ ଡାକ ଛାଡ଼ୁଥାଏ ଏଥିପାଇଁ ନୁହେଁ କି ସେ ଡରୁଛି ସମ୍ଭବତଃ ମୋ ଡରକୁ ଅନ୍ୟ ମନଷ୍କ କରିବା ପାଇଁ। ତାପରେ ମୁଁ ଆଉ ସୀନୁ ପଛେ ପଛେ ନୁହଁ ତା ସାଂଗରେ ଗଲି ସେଇ ପୁଣି ରୁମ୍ ଦେଇ ଯିବାକୁ ହେବ ବୁଲିକି ଗଲେ ବର୍ଷାର ଓଦା ହେଇଯିବାର ଚିନ୍ତା ।ଯାହା ହେଉ ଦୁଇ ଜଣ ହାତ ଧରା ଧରି କରି ଗଲୁ; ସେଇ ରୁମ୍ ସିଧା ହୋଇଛି କି ନା ମୁଁ କଣ ଆଖିରେ ଚାହିଁ ଦେଲି ସେଇ ଝରକା ଖୋଲାଥିବା ରୁମ୍ କୁ ହୁଏତ ବର୍ଷା ସହ ଜୋର୍ ପବନ ହେଉଥିବା କାରଣରୁ ଖୋଲି ଯାଇ ଥାଇପାରେ ନହେଲେ ପ୍ରାୟତଃ ବନ୍ଦ ଥିବାର ଦେଖିଆସିଛି ମୁଁ ।ଠିକ୍ ସେତିକିବେଳେ ମୋତେ ସେ ବିଜୁଳି ର ଝାପ୍ସା ଆଲୁଅ ରେ ଦିଶିଲା କେହି ଜଣେ ଧଳା ଶାଢୀ ଗୁଡେଇ ଗୋଟେ ଟେବୁଲ ପାଖେ ଛିଡ଼ା ହେଇଛି ଆଉ ମୋ ଆଡକୁ ହି ଚାହିଁ ରହିଛି ମୁଁ ଆଉ ମୋ ଡରକୁ ଅସମ୍ଭାଳ ଭାବେ ପ୍ରକଟ କରି ଗୋଟେ ଚିଲାରେ ଦଉଡ଼ିଛି ମୋ ରୁମ୍ କୁ ସୀନୁ ମଧ୍ଯ କିଛି ନଦେଖୁ କି କିଛି ନବୁଝିବା ଆଗରୁ ସେ ମଧ୍ଯ ମୋ ପଛେ ପଛେ ଅଣନିଶ୍ୱାସୀ ଭାବେ ଦୌଡ଼ି ବାକୁ ଲାଗିଲା ;ଆମେ ପହଞ୍ଚି ଗଲୁ ଆମ ରୁମ୍ ରେ, ସ୍ପନ୍ଦନ ର ଗତି ଏତେ ତୀବ୍ର ଥିଲା ଯେ ମୁଁ ବି ଶୁଣି ପାରୁଥିଲି ସେ ଧ୍ବନିକୁ... କିଛି କାହାକୁ ନ କହି ଚୁପ୍ କିନା ଶୋଇ ପଡ଼ିଲି ମୋ ବେଡ୍ ରେ ସୀନୁ ମଧ୍ଯ ଡରରେ ମୋ ସହ ମୋ ବେଡ୍ ରେ ଶୋଇଲା ହୁଏତ ମୁଁ ବି ଚାହୁଁଥିଲି ସେଇଆ। ତା ପରଦିନ ସକାଳେ ବର୍ଷା ର ଧାରା ଟିକେ କମ୍ ଥାଏ କେବଳ ମଝିରେ ମଝିରେ ଝିପିଝିପି ବର୍ଷା ହେଉଥାଏ କ୍ଲାସ୍ ଯିବାର ଇଛା ମଧ୍ଯ ନଥାଏ। ହଠାତ୍ କିନା ଉଠିପଡ଼ି କ'ଣ ଭାବିକି କେଜାଣି ମୁଁ ଗଲି ସେଇ ବାର୍ଥରୁମ୍ ପାଖ ରୁମ୍ କୁ ଝରକା ଟି ଏବେ ଅଧାମେଲା ଅବସ୍ଥା ରେ ଥାଏ ଦିନ ର ଆଲୋକ ହେତୁ ନ ଡରି ଝରକା କୁ ପୂରା ଖୋଲି ଚାହିଁଲି ସେଇ ଟେବୁଲ ପାଖକୁ ଯେଉଁଠି କାଲି ରାତିରେ ଦେଖିଥିବା ସେ ଧଳା ଶାଢୀ ଗୁଡେଇ ଥିବା କେହି ଜଣକୁ..ମୋ ମନରେ ଡର ତଥାପି ଜମାଟ ବାନ୍ଧି ରହିଥାଏ। ତାପରେ ମୁଁ ଯାହା ଦେଖିଲି ଡରକୁ ତ କୋଶେ ବାଟ ଫିଙ୍ଗି ଦେଲି ହସକୁ ହ୍ରୁଦୟରେ ସାଇତି ଫେରିଲି ପୁଣି ମୋ ରୁମ୍ କୁ... ଆଜି ବି ସେ ଟେବୁଲର ଉପର କାନ୍ଥର ତାର ରେ ଟଂଗା ହେଇଥିବା ଧଳା କପଡା ଯାହାକୁ ମୁଁ ରାତିରେ ସେଦିନ ଭୂତ ଭାବି ଭୟରେ କୁହୁଳି ଉଠି ଧାଇଁଥିଲି ପ୍ରାଣ ବିକଳରେ , ସେକଥା ଆଜି ମନେ ପକାଇ ମନେ ମନେ ମୁରୁକିହସା ହସିବା ରେ ହିଁ ସାଇତି ରଖିଛି ସ୍ମୃତିର ଡାଏରୀ ରେ ସେ ଅଭୁଲା ମୁହୂର୍ତ୍ତ ଟିକୁ ..।


Rate this content
Log in

Similar oriya poem from Horror