ବନ୍ଧୁକ ମୂନରେ ଜୀବନ
ବନ୍ଧୁକ ମୂନରେ ଜୀବନ
1 min
379
ବିଜନ ସେ ପଥେ
ଇସାରାରେ ମୋତେ
କେହି ଜଣେ ଡାକିଦେଲା
ଭାବିଲି ସେ ମୋର ଅତି ଆପଣାର
କାହିଁ ଡାକି ଛପି ଗଲା ।
ଧୀରେ ଧୀରେ ସେଇ
ଦେଖି ଦେଖି ଛାଇ
ଆଗକୁ ବଢେଇ ପାଦ
ତା ପାଶେ ମିଳନ୍ତେ
ବନ୍ଧୁକ ଦେଖେଇ
କହିଲା କି ଅଛି ଦିଅ ।
ବନ୍ଧୁକ ଆଗରେ ବାନ୍ଧି ହେଇ ଗଲା
ନିରୀହ ଜୀବନ ଯେବେ
ଡାକିଲି ଆରତେ ରଖ ହେ ସାଆନ୍ତେ
ରଖ ହରି ଶରଣାଗତେ ।
ଖାଇବାକୁ ଶେଷେ ବେକାରୀ ଯୁବକ
ଏଇ ଧନ୍ଦା କରି ଆଶ
ଦେଶ ଓ ଯଶର ନିନ୍ଦା କରିଥାନ୍ତି
ମିଳେଯେତେ ଅପଯଶ ।