ଲଳନା ଅନନ୍ୟା
ଲଳନା ଅନନ୍ୟା
ଆଜି ମୁଁ ସ୍ମରେ କାଳ ସେ ବିଗତ ,
ବିସରିଛି ହୋଇ କର୍ତ୍ତବର ଅନୁଗତ ।
ନିର୍ବାହ କରିଚାଲିଛି ନିର୍ବିଘ୍ନେ
ସାଂସାରିକ ସବୁ ଦାୟିତ୍ୱ।
ଗଳ୍ପସମ ସେଇ ଯାତ୍ରା
ଛାତ୍ର ଜୀବନୁ କର୍ମ ଜୀବନ,
ଉଦ୍ଦଣ୍ଡ ସରିତର ଅଧିରା ଉର୍ମି
ଥିଲା ସେଇ ଯୁବା ମନ ।
ଉନ୍ମାଦର ଇନ୍ଦ୍ରଧନୁ
ରଙ୍ଗେଇ ଥାଏ ଯୌବନ,
ହୃଦେ ସାଥୀ ନିଳୟେ
ଗୁଞ୍ଜନ ଶୁଭେ ଘନ ଘନ।
ଛନ୍ଦି ହୋଇ ଚଞ୍ଚକତା
ମନର ସରସୀ,
ମନୋରଥ ନ ହୁଏ ବ୍ୟକ୍ତ
ଗୁରୁଜନେ ଭରସି ।
ରତ ହୋଇଲି ସମରେ
ବୁଦ୍ଧିଜୀବିଙ୍କ ସଙ୍ଗ ,
ଭିନ୍ନ ପ୍ରାନ୍ତ ବାସିନୀ
ଆପଣିଵାକୁ ସଭିଏଁ ଅମଙ୍ଗ।
ଜିତିଯାଏ ଶେଷେ ସମାଜ ରକ୍ଷକଙ୍କୁ,
ମରାଠୀ କନ୍ୟାାର କରି ପାଣି ଗ୍ରହଣ ।
ବିଜୟୀ ଅନୁଭୂତିରେ ରହି ନିମଗ୍ନ,
ଅଭିଳାଷା ରହିଯାଏ
ଅଭିସାରିକାର ଅପୂର୍ଣ୍ଣ।
ସମାୟୋଜିତର ବନ୍ଧନେ ଛନ୍ଦି ତାରେ,
ଋଢିବାଦୀ ଗୁରୁଜନ ଗହଣେ ,
ହଜିଯାଏ ଭବିଷ୍ୟତ ସଂଯୋଜନା ପଥେ,
ମଜ୍ଜିଯାଏ ମୁଁ ବିଭବ ଅନୁସରଣେ ।
ଅଜଣା ଆଜି ବି କାହୁଁ ଠାବେ ଚଳଣି ,
ସେ ତା'ର ଅନୁଦାର ଶଶୁରାଳୟେ ! !
ନିରିଦୟୀ ମୁଁ ପାଶୋରିଲି
ସୁନ୍ଦର ତା ଆବେଗକୁ,
ପ୍ରତାରିତ ହୋଇଛି ସେ
ସବୁ ସ୍ବପ୍ନର ବିଲୟେ ।
ସ୍ଥାବର ପଟାଳିରେ ଆଜି ମୁଁ ଭାଳେ ,
କରି ହାସଲ ଜୀବନର ସାୟଂକାଳେ।
ଶତଶତ ଦିବସ ଶର୍ବରୀ ବାହି
ହସୁଛି ଆଜି ଏଠି ମନଖୋଲି,
ବିଗତ ପ୍ରିୟାକୁ ମୁଁ କେବେ
ଜୀବନ ସଙ୍ଗୀନୀ ସଜେଇଥିଲି।
କେଡେ ଉଦାରି ସେ ନିରିହା ରମଣୀ।
ନିଃଶବ୍ଦେ ସହି କରିଯାଏ ସାଜି ତ ଘରଣି।
ଶାନ୍ତ ସୁନେଲି ଦିଗ୍ ବଳୟକୁ
ଚାହିଁଛି ସେ ବିଭୋରିତ ନୟନେ।
ଅପର୍ଯ୍ୟାପ୍ତ ଆକାଂକ୍ଷା ସାଉଁଟି ଥିବ
ନିରବ ଆତ୍ମାର ଗହନେ ।
ସେଇ କାନ୍ତା ସଙ୍ଗ ସତେ ହେବ କି ସହର୍ଷ ,
କର୍ମ ବିରାମ ଜୀବନ ଚରିତ
ମୋ ଅବଶେଷ ! !