ସୁସ୍ୱାଗତ ନବବର୍ଷ
ସୁସ୍ୱାଗତ ନବବର୍ଷ
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ, ସୁସ୍ୱାଗତ ତୁମେ ଆସ।
ପୌଷ ଶୀତୁଆ ହେମାଳ ପବନେ ,
ଥରେ ବସୁନ୍ଧରା ଶିଶିର ପତନେ ,
ଚିରି କୁହୁଡି ତୁଷାର ପରଦା, ନବ ବର୍ଷ ତୁମେ ଆସ ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ।
ଯୁଇ ଜାଇ ଗେଣ୍ଡୁ କୁସୁମେ ବେଶ ,ହେନା ଗଙ୍ଗଶିଉଳି ବାସ ।
ପୂରୁବ ନଭେ ସ୍ୱର୍ଣ ଶୀତଳ କିରଣ ପରଷ।
ସୁନ୍ଦର ସୁଖ ସମୃଦ୍ଧିର ଅନେକ ଆଶ ।
ନେଇ ସଙ୍ଗେ ଉପହାର ବିଶେଷ , ଆସ ନବବର୍ଷ ଆସ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ, ।
କୁଝ୍ଝଟିକାମୟ ମଣ୍ଡଳେ ପ୍ରକାଶ ,କାକର ବିଞ୍ଚା ଗାଲିଚା ଘାସ,
ସଧିରେ ଥାପି ପାଦକୁ ଏଇ ଜୀବନେ ,
ଆସ ପ୍ରିୟ ସହୋଦର ଅବନୀ ଅଙ୍ଗନେ ।
ସବୁରି ମନେ ଭରି ପ୍ରୀତିଷ ,ନବବର୍ଷ ତୁମେ ଆସ ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ, ।
ଧୂମ୍ର ଲାଗେ ନୀଳ ଆକାଶ , ବିଦାୟୀ ବର୍ଷର ତିକ୍ତ ଇତିହାସ ,
ମନୁ ଲିଭେ ନାହଁ ବିଧ୍ୱଂସ ଅପକଥା ,
କେମିତି ଲେଖିବ କିଏ ସେ ଗାଥା।?
ଏବେ ଲେଖାହେବ ନୂଆ ଇତିହାସ, ନବବର୍ଷ ତୁମେ ଆସ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ, ।
କଳଙ୍କ ,କାଳିମା କଳୁଶ , ପିଶାଚ ସାଜିଛି ଆଜିର ମଣିଷ।
ଦୈତ୍ୟ ପ୍ରବୃତି ମନୁଷ୍ୟ ଆଚରେ ,
ଲିପ୍ତ ଷଡଯନ୍ତ୍ରର ବ୍ୟଭିଚାରେ ,
ବଦଳାଅ ସବୁ ଦେଇ ଦିବ୍ୟପରଷ , ନବବର୍ଷ ତୁମେ ଆସ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ, ।
ତବ ଆଗମନି ବନ୍ଦନା ସଙ୍ଗୀତେ କରେ ମୁଁ ସ୍ୱାଗତ।
ମଧୁମୟ କର ସକଳ ଜୀବନ ,
ହେଉ ମେଦିନି ପିୟୁଷ ପ୍ଳାବନ ।
ଜନ୍ମ ନିଅନ୍ତୁ ଅନେକ ବୀର ପୁରୁଷ, ନବବର୍ଷ ତୁମେ ଆସ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ ।
ବିଷମ ସଂକଟେ ଧରଣୀ , ବିଷ ଯମୁନାରେ ଉଠେ ଉଜାଣି।
ତୁମ୍ଭ ପଦ ପାଦେ ଅନେକ ଭରସା ,
ଜାଗତିକ ନବ ସମ୍ଭସ୍ଛରେ ରସା।
ରସସିକ୍ତମୟ କର ମାନସ ,ନବବର୍ଷ ତୁମେ ଆସ।
ଗୌରବମୟ ହେଉ ଆମ ଭାରତବର୍ଷ।
ଏକବିଂଶ ଶତାବ୍ଦୀର ଷଡବିଂଶ ବର୍ଷ, ।
