STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଆଡ଼ପ ଅଭଡ଼ା ମହକି ବାସେ

ଆଡ଼ପ ଅଭଡ଼ା ମହକି ବାସେ

1 min
344

 ( ରାଗ -- ଆଷାଢ଼ ଶୁକ୍ଳ ବାଣୀ )


ଶ୍ରୀକ୍ଷେତ୍ର ବିହାରୀ ମୂରଲୀ ଧାରୀ

  ମନ୍ଦିରୁ ବାହାରି ପହଣ୍ଡି କରି,

ରଥେ ବସି କଲେ ରଥ ଯାତରା

 ଆନନ୍ଦେ ଅଧିର ଜଗତ ସାରା,

    କି ଅପୂର୍ବ ଶୋଭା !

ଭାଇଙ୍କ ସହିତ ଭଉଣୀ ଉଭା।୧।

ବଡ଼ଦାଣ୍ଡ କମ୍ପେ ଭକତ ଭିଡ଼େ

ଘଡ଼ ଘଡ଼ କରି ରଥଟି ଗଡ଼େ,

ବାଜେ ଘଣ୍ଟ ଘଣ୍ଟା ମୃଦଙ୍ଗ ଭେରୀ

ଲୟେ ଚାହିଁଥାନ୍ତି ଦେଖଣାହାରୀ,

     କରନ୍ତି ଗୁହାରି

ରକ୍ଷା କର ପ୍ରଭୁ ଆହେ ଶ୍ରୀହରି।୨।

ଶରଧା ବାଲିରୁ ଜନ୍ମବେଦୀକୁ

ବିଜେ କରିଥାନ୍ତି ଫି ବରଷକୁ,

ରଥ ଯାତରାର ଦ୍ଵିତୀୟ ପର୍ବ

ଆଡ଼ପ ମଣ୍ଡପ ଗୌରବ ଗର୍ବ,

   ସପ୍ତ ବାର ତିଥି 

ଅତିଥି ହୁଅନ୍ତି ଉତ୍ସବେ ମାତି।୩।

ଆଷାଢ଼ର ଶୁକ୍ଳ ତୃତୀୟା ସନ୍ଧ୍ୟା

ଗୁଣ୍ଡିଚା ମନ୍ଦିରେ ପାଆନ୍ତି ପୂଜା,

ମଙ୍ଗଳାର୍ପଣରୁ ଟାହିୟା ଲାଗି

କରନ୍ତି ଦଇତା ସେବକ ଜଗି,

    ପ୍ରଭୁ ହସି ହସି 

ଥାଆନ୍ତି ଆନନ୍ଦେ ବେଦୀକୁ ଆସି।୪।

ସେଦିନୁ ନବମୀ ଯାଏଁ ମଣ୍ଡପେ

ପୂଜା ପା'ନ୍ତି ଜିଉ ଦିବ୍ୟ ସ୍ଵରୂପେ,

  ଗହଳ ଚହଳ ଥାଏ ମନ୍ଦିର

 ଭକ୍ତ ଭକ୍ତି ଭାବରେ ନିରନ୍ତର,

    ମଠ ପନ୍ତି ଭୋଗ

ପ୍ରଭୁଙ୍କ ଅର୍ପଣେ ଥାଏ ସରାଗ।୫।

ଆଡ଼ପ ଅଭଡ଼ା ମହକି ବାସେ

ଗୁଣ୍ଡିଚା ମନ୍ଦିରେ କାଳିଆ ହସେ,

ମାନବୀୟ ଲୀଳା କରନ୍ତି ପ୍ରଭୁ

ତା'ଠାରୁ ସୁନ୍ଦର ଅଛି କି ଆଉ ?

     ପ୍ରଭୁଙ୍କ ଦର୍ଶନେ

ହୃଦୟ ପବିତ୍ର ହୁଏ ଜୀବନେ।୬।

ବାହୁଡ଼ା ଯାତ୍ରାରେ ଆସନ୍ତି ଫେରି

 ଜଗତ ଗୋସାଇଁ ବିଶ୍ଵ ବିହାରୀ,

  ଦର୍ଶନ କରନ୍ତି ସକଳ ଜନେ

 ଭାବ ଭକ୍ତି ରଖି ନିଷ୍ପାପ ମନେ,

     ସେ ଆଦି ଅନାଦି

ତାଙ୍କର ଲାଗି ତ ଆଡ଼ପ ବେଦୀ।୭।

ଅଗତିର ଗତି ମୁକ୍ତି ଦାତା ସେ

ତାଙ୍କ ପରି କିଏ ଅଛି ଆଉ ଯେ,

ମନରେ ପ୍ରାଣରେ କରି ଧାରଣା

ତାଙ୍କୁ ଥିଲେ ଧ୍ୟାୟୀ ଯାଏ ଯନ୍ତ୍ରଣା,

    ସେ ଜୀବ ଜୀବନ

ତାଙ୍କ ଲାଗି ସିନା ଏ ତ୍ରିଭୁବନ।୮

  


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract